Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ଦୁଇଟି ପଂଚାୟତର ୩ଟି ଗାଁରେ ସଟଡାଉନ, ଏନଏସିର କିଛି ଅଞ୍ଚଳ କଣ୍ଟେନମେଣ୍ଟ
ଆଞ୍ଚଳିକ

ବାଣପୁର ବ୍ଲକ ଦୁଇଟି ପଂଚାୟତର ୩ଟି ଗାଁରେ ସଟଡାଉନ, ଏନଏସିର କିଛି ଅଞ୍ଚଳ କଣ୍ଟେନମେଣ୍ଟ

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକର ଦୁଇଟି ପଂଚାୟତର ତିନିଟି ଗାଁରେ ସଟଡାଉନ ଲାଗୁ କରାଯିବା ସହ ବାଣପୁର ଏନଏସିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର ଗାଁର ଜଣେ ତେଜରାତୀ ଦୋକାନୀ କରୋନା ଆକ୍ରାନ୍ତ ହେବା ପରେ ପଞ୍ଚାୟତ ସଂରପଞ୍ଚ ମିନାକ୍ଷୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗାଁକୁ ଆଜି ଅପରାହ୍ନ ୩ଟାରୁ ୩୧ ତାରିଖ ଅପରାହ୍ନ ୩ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଅନେକ ଲୋକଙ୍କ ସହ ସଂପର୍କରେ ଆସିଥିବାରୁ ଗାଁରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ଲକ୍ଷ୍ୟ କରି ଗାଁକୁ ସାନିଟାଇଜ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆୟତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଆଗାମୀ ଦିନରେ ସଂକ୍ରମଣ ରୋକିବା ପାଇଁ ଏହି ଗାଁରେ ଆସନ୍ତାକାଲି ସକାଳ ୬ଟାରୁ ୨୮ ତାରିଖ ସକାଳ୬ଟା ସୁଦ୍ଧା ତୋଟା ଏବଂ ଭରତପୁର ଗାଁକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ପଞ୍ଚାୟତ ସରପଂଚ ହରଷ ସେଠୀ ସଟଡାଉନ ଘୋଷଣା କରିଛନ୍ତି।

ଏପଟେ ବାଣପୁର ଏନଏସି ଅଞ୍ଚଳରେ ୬ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସଂକ୍ରମଣକୁ ରୋକିବା ପାଇଁ ବାଣପୁର ଏନଏସିର ୪,୭ ଓ ୧୦ ନମ୍ବର ୱାର୍ଡରେ ଆସୁଥିବା ଅଞ୍ଚଳ ବିଶେଷ କରି ଗୋବିନ୍ଦ ପାତ୍ର( ପିଏନବି ଏଟିଏମ) ଘରଠାରୁ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଏବଂ ଥାନା ଛକଠାରୁ ତଳସାହି ଡାକ ଘର ପଛପଟ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଫଳରେ ଶନିବାର ସକାଳ ୭ଟାରୁ ୨୮ ତାରିଖ ସକାଳ ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ। ଏହି ସମୟରେ ଏହି ଅଞ୍ଚଳକୁ ଯାତାୟତ ଉପରେ କଟକଣା ଲଗାଯାଇଛି।

କରୋନା ଅପଡେଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ବାଣପୁରରେ ଭୀଷଣ ଅଗ୍ନିକାଣ୍ଡ: ସାତଟି ପରିବାର ସର୍ବସ୍ୱାନ୍ତ

May 27, 2026
Latest News

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.