Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରକାରୀ ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗର ଫୁ, ଜନୈକ କନଷ୍ଟେବଳଙ୍କ ସହଯୋଗରେ କାରବାର ଅଭିଯୋଗ
ଆଞ୍ଚଳିକ

ସରକାରୀ ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗର ଫୁ, ଜନୈକ କନଷ୍ଟେବଳଙ୍କ ସହଯୋଗରେ କାରବାର ଅଭିଯୋଗ

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍)ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଉଥିବା ଜଣାପଡୁଛି। ତିର୍ତ୍ତୋଲକୁ ନୂଆ କରି ଆସିଥିବା ଅବକାରୀ ଅଫିସରଙ୍କ ସରଳତାର ଫାଇଦା ଉଠାଇ ଜନୈକ କନଷ୍ଟେବଳ ନିଜର ସ୍ୱାର୍ଥସାଧନ ଲକ୍ଷରେ ଏପରି କରୁଥିବା ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ ଗୁରବାର ସନ୍ଧ୍ୟାରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଶଙ୍ଖେଶ୍ୱର ଅଞ୍ଚଳର ଏକ ଚୋରା ଗଞ୍ଜେଇ ବେପାରୀ ଉପରେ ରେଡ୍ କରାଯାଇ ୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ଆସାମୀକୁ ଗିରଫ କରାଯାଇଥିଲା ଏବଂ ଜବତ ଗଞ୍ଜେଇ ସହିତ ଆସାମୀକୁ ରାତିସାରା ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟରେ ରଖି ସକାଳୁ କୋର୍ଟ ଚାଲାଣ କରାଯାଇଥିଲା। ତିର୍ତ୍ତୋଲ ଅବକାରୀ ଅଫିସର ନିଜେ ଗଣମାଧ୍ୟମ ଆଗରେ ଏହା କହିଥିଲେ। ହେଲେ କାଗଜପତ୍ରରେ ଶୁକ୍ରବାର ସକାଳୁ ଏହି ରେଡ୍ କରାଯାଇଥିବା ଦର୍ଶାଯାଇଥିବା କୁହାଯାଉଛି।

କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିମ୍ବା ତାଙ୍କ ଅନୁମତିପତ୍ର ପାଇବା ପରେ ଗଞ୍ଜେଇ ରେଡ୍ କରାଯିବା କଥା ଏବଂ ଗଞ୍ଜେଇ ରେଡ୍ ହେବା ପରେ ଜବତ ଗଞ୍ଜେଇକୁ ରାତିରେ ନିକଟସ୍ଥ ଥାନା ହେପାଜତରେ ରଖାଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ଏଠି ସେମିତି କିଛି କରାନଯାଇ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି କିପରି ଉଲ୍ଲଂଘନ କରାଗଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ତିର୍ତ୍ତୋଲ ଥାନା ଆଇ.ଆଇ.ସିଙ୍କ ସହ ଯୋଗାଯୋଗ କରିବାରୁ ସେ ଗଞ୍ଜେଇ ରେଡ୍ ସମ୍ପର୍କରେ ଜାଣିନଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ତିର୍ତ୍ତୋଲ ଅବକାରୀ ଅଫିସର କ’ଣ କେନ୍ଦ୍ର ସରକାରଙ୍କ ନିୟମ ସମ୍ପର୍କରେ ଅବଗତ ନାହାଁନ୍ତି ନା କେଉଁ ସ୍ୱାର୍ଥ ପାଇଁ ଏପରି କରିବାକୁ ପଡିଲା ବୋଲି ସନ୍ଦେହ ପ୍ରକାଶ ପାଉଛି। ଏହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ତିର୍ତ୍ତୋଲ ଗ୍ରାମାଞ୍ଚଳରେ ଚୋରା ଗଞ୍ଜେଇ ବେପାର ବଢି ବଢି ଚାଲିଛି। ଏମିତିକି କେତେକ ଚୋରା ବେପାରୀ ଭାଙ୍ଗ ଲାଇସେନ୍ସ ନାଁରେ ଗଞ୍ଜେଇ ବେପାର କରୁଥିବା କୁହାଯାଉଛି। ଏପରିକି ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ଲାଗି ରହିଥିବା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଅବକାରୀ ବିଭାଗର ଜନୈକ ଅସାଧୁ କନଷ୍ଟେବଳ ଦଲାଲ ସାଜିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଗଞ୍ଜେଇ ସହିତ ଧରାପଡିଥିବା ବ୍ୟକ୍ତି ଜଣକ ପୂର୍ବରୁ ଯେଉଁ ଭାଙ୍ଗ ଲାଇସେନସ ଧାରୀ ଗଞ୍ଜେଇ ବେପାରୀଙ୍କଠାରୁ ଗଞ୍ଜେଇ ଆଣି ବିକୁଥିଲେ ତାଠାରୁ ମାଲ୍ ନଆଣି କିଛି ଦିନ ହେଲା ଅନ୍ୟ ଜଣେ ଗଞ୍ଜେଇ ବେପାରୀଠାରୁ ଗଞ୍ଜେଇ ଆଣିବାରୁ ପୂର୍ବ ବେପାରୀ ଜଣକ ଆକ୍ରୋଶମୂଳକ ଭାବେ ଉକ୍ତ ବ୍ୟକ୍ତିକୁ ଧରାଇ ଦେଇଥିବା ଶୁଣିବାକୁ ମିଳୁଛି । ସମ୍ପୃକ୍ତ ଚୋରାବେପାରୀଙ୍କ ହାତବାରିସି ସାଜିଥିବା କନଷ୍ଟେବଳଙ୍କ ସହଯୋଗରେ ଗୁରୁବାର ସଂଧ୍ୟାରେ ଏହି ଚଢାଉ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଏହି ଘଟଣା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ପକ୍ଷରୁ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ଏହାର ପର୍ଦ୍ଦାଫାସ୍ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ତିର୍ତ୍ତୋଲ ଅଂଚଳରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବୃଦ୍ଧି ହେବା ଫଳରେ ଗାଁଗହଳି ଯୁବ ବର୍ଗ ଏମିତିକି ପାଠ ପଢୁଥିବା କମ୍ ବୟସର ଯୁବକ ମଧ୍ୟ ଛକ ବଜାରରେ ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ଏନେଇ ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.