Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀରେ ବୃଦ୍ଧି ପାଉଛି ବେଆଇନ ମାଙ୍କଡା ପଥର କାରବାର: ୪ଟି ପଥର ବୋଝେଇ ଟ୍ରକ୍‌ ସହ ୬ଟି ପଥର କଟା ପାୱାର ଟିଲର ଜବତ କଲେ ତହସିଲଦାର
ଆଞ୍ଚଳିକ

ଟାଙ୍ଗୀରେ ବୃଦ୍ଧି ପାଉଛି ବେଆଇନ ମାଙ୍କଡା ପଥର କାରବାର: ୪ଟି ପଥର ବୋଝେଇ ଟ୍ରକ୍‌ ସହ ୬ଟି ପଥର କଟା ପାୱାର ଟିଲର ଜବତ କଲେ ତହସିଲଦାର

July 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ। ଲକ ଡାଉନ୍ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଖଜୁରି ପଡା, ବଡପୋଖରିଆ ଓ ପାତ୍ରପଡା ମୌଜାରେ ଥିବା ବେଆଇନ୍ ମାଙ୍କଡା ପଥର ଖଣିରୁ ୪ ଟି ପଥର ବୋଝେଇ ଟ୍ରକ୍, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ସହ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ବରିଷ୍ଠ ରାଜସ୍ବ ସହାୟକ  ଟାଙ୍ଗୀ ଆରଆଇ, ନିରାକାରପୁର ଆରଆଇ ଓ ତହସିଲର ଅନ୍ୟ କର୍ମଚାରୀମାନେ ଏହି ଜବତରେ ତହସିଲ୍‌ଦାରଙ୍କ ସହ ସାମିଲ୍‌ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଖଜୁରୀପଡା ଜଙ୍ଗଲ ଭିତରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବାର ତହସିଲଦାରଙ୍କୁ ସୂଚନା ମିଳିଥିଲା। ତେବେ ତହସିଲଦାର ତୁରନ୍ତ ଖଜୁରୀପଡା ଜଙ୍ଗଲ ଭିତରେ ଚଢାଉ ଆରମ୍ଭ କରିଥିଲେ। ଏହି ଚଢାଉବେଳେ ଜଙ୍ଗଲ ଭିତରୁ ବେଆଇନ୍‌ ମାଙ୍କଡା ପଥର ବୋଝେଇ ୩ ଟି ଟ୍ରକ୍ ଜବତ କରିଥିବାବେଳେ ବଡପୋଖରିଆରୁ ଗୋଟେ ଟ୍ରକ ଜବତ ହୋଇଛି। ସେହିପରି ରାସ୍ତାରୁ ଆଉ ଏକ ବେଆଇନ୍‌ ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ କରିବା ସହ  ପାତ୍ରପଡା ଖଣିରୁ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ଜବତ ହୋଇଥିବା ଗାଡିକୁ ଟାଙ୍ଗୀ ତହସିଲ କାର୍ଯ୍ଯାଳୟରେ ରଖାଯାଇଥିବା ସୂଚନା ରହିଛି।

ଆଗକୁ ଏହି ଚଢାଉ ଆହୁରି ଜୋରଦାର କରାଯାଇ ବେଆଇନ୍ ମାଙ୍କଡା ପଥର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର। ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟରେ ପଥର ମାଫିଆମାନଙ୍କ ମଧ୍ୟରେ କାେକୁଆ ଭୟ ସୃଷ୍ଟି ହୋଇଛି ।

ଟାଙ୍ଗୀ ତହସିଲ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.