ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି ୭୯.୨୫ ପ୍ରତିଶତ ଛାତ୍ରଛାତ୍ରୀ

Published: Jul 30, 2020, 10:57 am IST

ରମେଶ ମହାନ୍ତି

ଜଗତସିଂହପୁର: ଗତକାଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ଫଳ ପ୍ରକାଶ  ପାଇଛି। ଜଗତସିଂହପୁର ଜିଲ୍ଲlରେ ସଫଳତା ହାର ୭୯.୨୫ ପ୍ରତିଶତ ରହିଛି। ଜିଲ୍ଲାରେ ଚଳିତ ବର୍ଷ ୧୫୩ ୯୮ ପରୀକ୍ଷାର୍ଥୀ ଫର୍ମ ଫିଲପ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୧ ଜଣ  ପିଲା ମାଲ୍‌ପ୍ରାକ୍ଟିସ୍ ହୋଇଥିବା ବେଳେ   ୧୫୦୭୩ ଜଣ ପିଲାଙ୍କ ଫଳାଫଳ ପ୍ରକାଶ ପାଇଛି।

ସେଥି ମଧ୍ୟରୁ  ଏ୧-ଗ୍ରେଡ୍ ରେ ୪୦ ଜଣ,ଏ୨-ଗ୍ରେଡ୍‌ରେ  ୨୫୬ ଜଣ,ବି୧ ଗ୍ରେଡ୍‌ରେ ୬୫୬ ଜଣ,ବି୨ ଗ୍ରେଡ୍‌ରେ  ୧୧୨୫ ଜଣ,ସି-ଗ୍ରେଡ୍‌ରେ ୧୬୪୨ ଜଣ,ଡି-ଗ୍ରେଡ୍‌ରେ-୨୫୯୩ ଜଣ,ଇ-ଗ୍ରେଡ୍‌ରେ ୫୬୭୩ ଜଣ,କମ୍ପାର୍ଟମେଣାଲରେ ୨ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରେ ୩୦୮୬ ଜଣ ଅକୃତ କାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୧୧୯୮୭ କୃତକାର୍ଯ୍ୟ ହୋଇଥିବା ବେଳେ ୫୭୭୯ ଜଣ ଛାତ୍ର ଓ ୬୨୦୮ ଜଣ ଛାତ୍ରୀ ଅଛନ୍ତି  ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ ସୂଚନା ଦେଇଛନ୍ତି।

Related posts