Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରୁ ଚାରି ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ: ୧୧୩ ଲିଟର ଦେଶୀ ମଦ ସହ ୩ ମଟରସାଇକେଲ ଜବତ
ଆଞ୍ଚଳିକ

ବାଣପୁରରୁ ଚାରି ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ: ୧୧୩ ଲିଟର ଦେଶୀ ମଦ ସହ ୩ ମଟରସାଇକେଲ ଜବତ

July 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର-ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ପୋଲିସ ଏବଂ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି।

ଗତକାଲି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଜିଲ୍ଲା ଭ୍ରାମ୍ୟମାଣ, ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ହୃଦୟ ଚନ୍ଦ୍ର ସାମନ୍ତ ନିଜ ଟିମ ସହ କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନ ୪ ଘଟିକାରୁ ବାଣପୁର ଥାନା ଅନ୍ତର୍ଗତ ଘଣ୍ଟଶିଳା ପର୍ବତ ହନୁମାନ ମନ୍ଦିର ପାଖ କୁମ୍ଭାର ସାହି ରୋଡ଼ ନିକଟରେ ଛକି ରହିଥିଲେ। ପାଖାପାଖି ସନ୍ଧ୍ୟା  ୬ ଘଟିକାରେ ୪ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୧୩ଲିଟର ଦେଶୀ ମଦ ଏବଂ ୨ ମଟରସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବାଣପୁରର ମନୋଜ ଦାସ ଓ ଭରତ ପ୍ରଧାନ ଏବଂ ବାଲୁଗାଁର ବସନ୍ତ ସ୍ୱାଇଁ ଓ ସୁରଜ ପ୍ରସାଦ ସେଠି। ଅବକାରୀ ଆଇନ ଅନୁଯାୟୀ କେସ  ନମ୍ବର ୩୭/୨୦(ବାଲୁଗାଁ) ଏବଂ କେସ ନମ୍ବର ୧୫/୨୦, ୧୬/୨୦, ୧୭/୨୦ (ଭ୍ରାମ୍ୟମାଣ ଜିଲ୍ଲା, ଭୁବନେଶ୍ୱର) ଅଧିନରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ବାଣପୁର ବାଲୁଗାଁ ଅବକାରୀ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026
Latest News

ବଜ୍ରାଘାତରେ ୧୭ ବର୍ଷୀୟା ଯୁବତୀ ମୃତ, ୩ ଗୁରୁତର

September 22, 2026

ଓଡ଼ିଶା ପୋଲିସରେ ଅଦଳବଦଳ: ଭୁବନେଶ୍ୱର, ବ୍ରହ୍ମପୁର ଓ ଢେଙ୍କାନାଳରେ ନୂତନ ଆରକ୍ଷୀ ଅଧିକାରୀ ନିଯୁକ୍ତ

September 22, 2026

ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପହଞ୍ଚିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

September 22, 2026

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସମସ୍ୟା ନେଇ ସ୍ୱର ଉଠାଇଲା ସଂଘ

September 22, 2026

ଭାରତର ଆଉ ଏକ ବଡ଼ ରେକର୍ଡ: ବିଶ୍ଵର ପ୍ରଥମ ଦେଶ ହେଲା ପୁରୁଷ କ୍ରିକେଟ ଦଳ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.