Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ: ଲିଖିତ ଅଭିଯୋଗ ପରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ଦେଲେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମହାସଂଘ
ଆଞ୍ଚଳିକ

ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ: ଲିଖିତ ଅଭିଯୋଗ ପରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ଦେଲେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମହାସଂଘ

August 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣେ ଜନୈକ ସାମ୍ବାଦିକ ଖୋର୍ଦ୍ଧା ସହରରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟର ନିମ୍ନମାନର  ହେଉଥିବା ଅଭିଯୋଗ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଉକ୍ତ କାର୍ଯ୍ୟ ସବିଶେଷ ବିବରଣୀ ନ ପାଇବାରୁ ଆରଟିଆଇ ଆକ୍ଟ ଅନୁସାରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ନିର୍ମାଣ କରୁଥିବା ଠିକାଦାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଜୁଲାଇ 29 ତାରିଖରେ ଚକ୍ରାନ୍ତ କରି ଘଟଣାର ସମ୍ପୃକ୍ତ ନଥାଇ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ଏତଲା ଦିଆଯାଇଥିଲା। ଏତଲା ଦାଏର ହେବା ପରେ  ଗତ ଜୁଲାଇ 30 ତାରିଖରେ ସାମ୍ବାଦିକ ଜଣକ ଅନୁପସ୍ଥିତ ଥିବା ସମୟରେ  ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏନେଇ ସାମ୍ବାଦିକଙ୍କ ସ୍ତ୍ରୀ  ଆଦର୍ଶ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ବୋମାମାଡ ହେବାର 7 ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାଯାଇନାହିଁ। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ମିଥ୍ୟା ଅଭିଯୋଗ ସହିତ ବୋମାମାଡ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମହାସଂଘ ତରଫରୁ ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏନେଇ ଦାବି ପତ୍ର ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025

ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

October 12, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025
Latest News

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025

ଭାରତ ଗସ୍ତରେ ଆସିଲେ କାନଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ, ଜାଣନ୍ତୁ କାରଣ

October 13, 2025

କୋଲଡ୍ରିଫ୍ କଫ୍ ସିରପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଚେନ୍ନାଇର ୭ଟି ସ୍ଥାନରେ ଚଢାଉ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.