କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଜଗତସିଂହପୁର ପ୍ରଶାସନ ଓ ମନ୍ତ୍ରୀ ବିଧାୟକଙ୍କ ନିରବ ପ୍ରାର୍ଥନା ଓ ଶପଥପାଠ

Published: Aug 5, 2020, 10:15 pm IST

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ୍ ଯୋଦ୍ଧାମାନଙ୍କର ନିଷ୍ଠା, ଅହର୍ନିସୀ ସେବା ଓ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ ତଥା ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ସଂନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସି ରୁମ୍ ଓ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ୧ମିନିଟ୍ ନିରବ୍ ପାର୍ଥନା ସହ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସିଂ କକ୍ଷରେ ଓଡିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରମୁଖ ଉପସ୍ଥିତ ରହି ୧ମିନିଟ୍ ନୀରବ ପ୍ରାର୍ଥନା ଓ ଶପଥପାଠ କରିଥିଲେ।

ସେହିପରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା ଓ ଶପଥପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା.ଶଶାଙ୍କ ଶେଖର ଲେଙ୍କା ,ଜିଲ୍ଲା ସୂଚନା ପ୍ରଯୁକ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା, ଜିଲ୍ଲା ଇ. ଗଭର୍ଣ୍ଣାସ ମ୍ୟାନେଜର ଅରବିନ୍ଦ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ କୋଭିଡ୍ ପରିଚାଳନା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ସ୍କଚ୍ ଆୱାର୍ଡରେ ରୌପ୍ୟ ପଦକ ହାସଲ କରିଥିବାରୁ ଜଳସମ୍ପଦ ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ମାନିତ କରିଥିଲେ।

Related posts