ବାଲିକୁଦାରେ ଏଚ୍.ପି.ସି.ଏଲ୍ ପେଟ୍ରୋଲପମ୍ପ ନିର୍ମାଣକୁ ବିରୋଧ

Published: Aug 10, 2020, 12:38 pm IST

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଛକ ନିକଟରୁ ଏକ ସମିଲ୍ ମଧ୍ୟରେ ଥିବା ଜାଗାରେ ଏଚ୍.ପି.ସି.ଏଲ୍ ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ କରାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼. ସୁଶାନ୍ତ କୁମାର କାନୁନଗୋ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ବିପ୍ଳବ ବାହଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପ ସ୍ଥାନଟି ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ଏହାର ସଠିକ ତଦନ୍ତ କରାନଯାଇ କିଭଳି ଭାବେ ଚଂଚକତା ପୂର୍ବକ ଅନୁମତି ଦିଆଗଲା।ଏପରିକି ସେହି ସ୍ଥାନରୁ ଅତି ନିକଟରେ ୨ଟି ପେଟ୍ରୋଲ ପମ୍ପ ଥିବାବେଳେ ମଝିରେ ଆଉଏକ ନୂତନ ପେଟ୍ରୋଲ ପମ୍ପ ପାଇଁ କିଭଳି ଅନୁମତି ମିଳିଲା।ଏନେଇ ସ୍ଥାନୀୟ ଜନସାଧାରଣ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ପରୋକ୍ଷରେ ପେଟ୍ରୋଲ ପମ୍ପର ମାଲିକ ମାମଲା ପ୍ରତ୍ୟାହାର ପାଈଁ ସେମାନଙ୍କୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ ହୋଇଛି ଉକ୍ତ ଜନସ୍ୱାର୍ଥ ମାମଲାର ବିଚାର ଅଗଷ୍ଟ ୧୩ରିଖରେ ଶୁଣାଣି ହେବାକୁ ଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ମାଣ ହେବାକୁ ଥିବା ଜମି ଉପରେ ରହିତାଦେଶ ଜାରି କରିଥିବା ଜଣାପଡିଛି ।

ଅନ୍ୟ ପକ୍ଷରେ ଉଚ୍ଚ ନ୍ୟାୟାଳୟର ରହିତାଦେଶକୁ ଖୋଲାଖୋଲି ଉଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାର ସଠିକ ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଆଇନଜୀବି ଡ଼. କାନୁନଗୋ ଓ ହାଇକୋର୍ଟର ଆଇନଜୀବି ବିପ୍ଳବ ବାହଲି ଦାବି କରିଛନ୍ତି।

Related posts