Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲିକୁଦାରେ ଏଚ୍.ପି.ସି.ଏଲ୍ ପେଟ୍ରୋଲପମ୍ପ ନିର୍ମାଣକୁ ବିରୋଧ
ଆଞ୍ଚଳିକ

ବାଲିକୁଦାରେ ଏଚ୍.ପି.ସି.ଏଲ୍ ପେଟ୍ରୋଲପମ୍ପ ନିର୍ମାଣକୁ ବିରୋଧ

August 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଛକ ନିକଟରୁ ଏକ ସମିଲ୍ ମଧ୍ୟରେ ଥିବା ଜାଗାରେ ଏଚ୍.ପି.ସି.ଏଲ୍ ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ କରାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼. ସୁଶାନ୍ତ କୁମାର କାନୁନଗୋ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ବିପ୍ଳବ ବାହଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପ ସ୍ଥାନଟି ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ଏହାର ସଠିକ ତଦନ୍ତ କରାନଯାଇ କିଭଳି ଭାବେ ଚଂଚକତା ପୂର୍ବକ ଅନୁମତି ଦିଆଗଲା।ଏପରିକି ସେହି ସ୍ଥାନରୁ ଅତି ନିକଟରେ ୨ଟି ପେଟ୍ରୋଲ ପମ୍ପ ଥିବାବେଳେ ମଝିରେ ଆଉଏକ ନୂତନ ପେଟ୍ରୋଲ ପମ୍ପ ପାଇଁ କିଭଳି ଅନୁମତି ମିଳିଲା।ଏନେଇ ସ୍ଥାନୀୟ ଜନସାଧାରଣ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ପରୋକ୍ଷରେ ପେଟ୍ରୋଲ ପମ୍ପର ମାଲିକ ମାମଲା ପ୍ରତ୍ୟାହାର ପାଈଁ ସେମାନଙ୍କୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ ହୋଇଛି ଉକ୍ତ ଜନସ୍ୱାର୍ଥ ମାମଲାର ବିଚାର ଅଗଷ୍ଟ ୧୩ରିଖରେ ଶୁଣାଣି ହେବାକୁ ଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ମାଣ ହେବାକୁ ଥିବା ଜମି ଉପରେ ରହିତାଦେଶ ଜାରି କରିଥିବା ଜଣାପଡିଛି ।

ଅନ୍ୟ ପକ୍ଷରେ ଉଚ୍ଚ ନ୍ୟାୟାଳୟର ରହିତାଦେଶକୁ ଖୋଲାଖୋଲି ଉଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାର ସଠିକ ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଆଇନଜୀବି ଡ଼. କାନୁନଗୋ ଓ ହାଇକୋର୍ଟର ଆଇନଜୀବି ବିପ୍ଳବ ବାହଲି ଦାବି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.