Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ନିର୍ବାଚନ ମଣ୍ଡଳୀରେ ସଟଡାଉନ: ପ୍ରଥମ ଦିନରେ କଣ ରହିଛି ସ୍ଥିତି ଏବଂ ପ୍ରଶାସନିକ ପଦକ୍ଷେପ
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ସଟଡାଉନ: ପ୍ରଥମ ଦିନରେ କଣ ରହିଛି ସ୍ଥିତି ଏବଂ ପ୍ରଶାସନିକ ପଦକ୍ଷେପ

August 12, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହି ମହାମାରୀକୁ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଆଜି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ। ତେବେ ଆଜି ସଟଡାଉନ ପ୍ରଥମ ଦିନରେ ସମଗ୍ର ଅଞ୍ଚଳରେ ସ୍ଥିତି କଣ ରହିଛି ଏବଂ ପ୍ରଶାସନ ପକ୍ଷରୁ କଣ ସବୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି, ତାହା ଉପରେ ଆସନ୍ତୁ ଜାଣିବା-

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି

ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲୁଗାଁ ଏନ.ଏ.ସି ଏବଂ ଚିଲିକା ବ୍ଲକରୁ ସମୁଦାୟ ୨୫୩ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟର ୧୪୩ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୧୧୦ ଟି ସାମ୍ପୁଲ ରହିଥିବା ସୂଚନା ମିଳିଛି। ଦିନ ତମାମ ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକର ବିଭିନ୍ନ ଗ୍ରାମ ଏବଂ ବାଲୁଗାଁ ଏନ.ଏ.ସି ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତିର ଯାଞ୍ଚ କରିଥିଲେ ଏବଂ କୋଭିଡ ନିୟମ ଉଲଂଘନ କାରୀଙ୍କ ଠାରୁ ୫୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ। ଅନୁରୂପ ଭାବେ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ପ୍ରତି ପଞ୍ଚାୟତ ରେ ମାଇକ ଯୋଗେ ସଚେତନ କରାଇଛନ୍ତି। ଦୁଇ ଗୋଟି ମେଡିକାଲ ଟିମ ଦ୍ୱାରା ବିଭିନ୍ନ ପଂଚାୟତରେ ଟେଷ୍ଟିଙ୍ଗ ହେଉଛି ଯେଉଁ ଗ୍ରାମରୁ ପଜି ଟିଭ ଚି଼ହ୍ନଟ ହେଉଛନ୍ତି ସେ ଅଞ୍ଚଳକୁ ବିଶୋଧନ କରାଯାଉଛି। ଏହା ଛଡା ଜରୁରୀକାଳୀନ ଜିନିଷ ପାଇଁ ପ୍ରତି ପଂଚାୟତର ଜି.ଆର.ଏସ ଏବଂ ପି.ଇ.ଓ ଙ୍କୁ ପଂଚାୟତବାସି ମାନେ ଯୋଗାଯୋଗ କରିପାରିବେ ବୋଲି ଶ୍ରୀମତୀ ବାରିକ ସୂଚନା ଦେଇଛନ୍ତି।

ସେହିପରି ବାଲୁଗାଁ ଏନ.ଏ.ସି ର ପ୍ରତି ୱାର୍ଡ ରେ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି ଯେଉଁଥିରେ ଛଅ ଜଣ ଲେଖାଏଁ ଅଧିକାରୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା। ପ୍ରତି ୧୧ ଗୋଟି ୱାର୍ଡ ରେ ୧୧ ଟି ସର୍ଭେଲାନ୍ସ ଟିମ ଗଠନ କରାଯାଇଅଛି ଯେଉଁଥିରେ ୱାର୍ଡ ଅଫିସର, ଆଶା ଦିଦି, ଅଙ୍ଗନବାଡି କର୍ମୀ, ଏସ.ଏଚ.ଜି ଗ୍ରୁପ ଏବଂ ସ୍ଵଚ୍ଛସାଥି ମାନେ ଅଛନ୍ତି। ଏମାନେ ପ୍ରତି ୱାର୍ଡ ବୁଲି ସର୍ଭେ କରୁଛନ୍ତି ଏବଂ ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ଯାତ୍ରୀନିବାସ ଠାରେ ଥିବା କୋଭିଡ କେୟାର ହୋମ କୁ ସ୍ଥାନାନ୍ତର କରାଯାଉଛି। ବିଶୋଧନ ପାଇଁ ବିଶୋଧନ ଟିମ ଗଠନ କରାଯାଇଅଛି। ଆଜି ୩ ନମ୍ବର ଏବଂ ୪ ନମ୍ବର ୱାର୍ଡ ସାନିଟାଇଜ କରାଯାଇଥିବା ସ୍ଥଳେ ଅନ୍ୟ ୱାର୍ଡ ସବୁ ଆସନ୍ତା ଦୁଇ ଦିନ ମଧ୍ୟରେ କରାଯିବ। ଜରୁରୀକାଳୀନ ଜିନିଷ ପାଇଁ ଜନସାଧାରଣମାନେ ପ୍ରତି ୱାର୍ଡ ଅଫିସରଙ୍କୁ ଯୋଗାଯୋଗ କରିପାରିବେ। ତାହାଛଡା କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଦୁଇ ଜଣ ଅଧିକାରୀଙ୍କୁ ରଖାଯାଇଛି ଏବଂ କୌଣସି ଅସୁବିଧା ହେଲେ ଜନସାଧାରଣ ସେମାନଙ୍କୁ ଯୋଗାଯୋଗ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଦୁଇ ଅଧିକାରୀ ହେଲେ କୃଷ୍ଣ ମୋହନ ବଳବନ୍ତରାୟ(୯୩୩୮୪୧୧୫୬୫) ଏବଂ ବିଘ୍ନେଶ୍ୱର ପଣ୍ଡା(୯୯୩୭୪୯୫୪୮୯)। ଆଜି ଅମାନିଆଙ୍କଠୁ କାର୍ଯ୍ୟନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ଦେଇଛନ୍ତି।

ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି

ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଣପୁର ଏନ.ଏ.ସି ଏବଂ ବାଣପୁର ବ୍ଲକରୁ ସମୁଦାୟ ୨୦୧ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ ର ୧୫୬ ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୪୫ ଟି ନମୁନା ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଆଜି ଦିନତମାମ ବାଣପୁର ତହସିଲଦାର ମନ୍ମଥ ବେହେରା ବାଣପୁର ବ୍ଲକ ଏବଂ ଏନ.ଏ.ସି ର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିଥିଲେ। କେତେକ ଅମାନିଆଙ୍କ ଠାରୁ ୪୦୦୦ ଟଙ୍କା ଜରିମାନା ଆଦାୟ କରିଥିବାର ସୂଚନା ଦେଇଛନ୍ତି ଶ୍ରୀ ବେହେରା। ଅନୁରୂପ ଭାବେ ବାଣପୁର ବି.ଡ଼ି.ଓ ଶୁଭଶ୍ରୀ ତ୍ରିପାଠୀ ଙ୍କୁ ଯୋଗାଯୋଗ କରାଯାଇଥିବାସ୍ଥଳେ ବି.ଡ଼ି.ଓ ଦାମିଆ ବରବରା ମାଳ ଅଧୀନରେ ଥିବା ମହୁଲିଆ ଅଞ୍ଚଳରେ ଥିବା ସୂଚନା ଦେଇଥିଲେ ଯାହାଦ୍ୱାରା ଆଜିର ତଥ୍ୟ ମିଳିପାରିନାହିଁ।

ସେହିପରି ଭାବେ ବାଣପୁର ଏନ.ଏ.ସି ରେ ଏନଫୋର୍ସମେଣ୍ଟ କୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ। ସକାଳୁ ଏନ.ଏ.ସି ର ବିଭିନ୍ନ ୱାର୍ଡ ବୁଲି ସଟଡ଼ାଉନକୁ ତଦାରଖ କରିଥଲେ କାର୍ଯ୍ୟନିର୍ବାହୀ ଅଧିକାରୀ। ଏନଫୋର୍ସମେଣ୍ଟ ଟିମ ସହ ପନ୍ଦରଗୋଟି ୱାର୍ଡ ପାଇଁ ପନ୍ଦରଟି ସର୍ଭେଲାନ୍ସ ଟିମ ଗଠନ ହୋଇଛି ଯେଉଁଥିରେ ୱାର୍ଡ ଅଫିସର, ଆଶା ଦିଦି, ଅଙ୍ଗନବାଡି କର୍ମୀ,ଏସ.ଏଚ.ଜି ଗ୍ରୁପ ଏବଂ ସ୍ଵେଛାସାଥି ମାନେ ଅଛନ୍ତି।  ଏମାନେ ପ୍ରତି ୱାର୍ଡ ବୁଲି ସର୍ଭେ କରୁଛନ୍ତି ଏବଂ ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ କୃତିବାସ ଭବନ ଠାରେ ଥିବା କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରାଯାଉଛି। ବିଶୋଧନ ପାଇଁ ଦୁଇ ଗୋଟି ବିଶୋଧନ ଟିମ ଗଠନ କରାଯାଇଅଛି ଏବଂ କାଲିଠାରୁ ଏନ.ଏ.ସି ରେ ବିଶୋଧନ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ନିଆଲ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୁଇ ଗୋଟି ଟିମ ଗଠନ କରାଯାଇଅଛି ଯାହାର ଦାୟିତ୍ୱ ରେ ଦୁଇଜଣ ଅଧିକାରୀ ଅଛନ୍ତି। ୱାର୍ଡ ନମ୍ବର ୧ରୁ ୧୦ ଯାଏଁ ଦାୟିତ୍ୱରେ ଅଛନ୍ତି ଅଶୋକ ପାଟ୍ଟଶାଣୀ ଏବଂ ୱାର୍ଡ ନମ୍ବର ୧୧ ରୁ ୧୫ ଯାଏଁ ଦାୟିତ୍ୱରେ ଅଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଅନୁରୂପ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ସହରର ବିଭିନ୍ନ ବ୍ୟବସାୟ ସଂଘର ସମ୍ପାଦକମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ସମସ୍ତ ବ୍ୟବସାୟୀ ମାନେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ଭାବେ ଗୋଦାବରୀଶ ବିଦ୍ୟାପୀଠ ରେ ଯାଇକି କରାଇବେ ଏବଂ ଯିଏ ଟେଷ୍ଟ କରିବାରେ ସହଯୋଗ କରିବେ ନାହିଁ ସେମାନେ ସଟଡ଼ାଉନ ପରେ ଦୋକାନ ଖୋଲିବା ନେଇ ବାରଣ କରିଛନ୍ତି।  କୌଣସ ଅସୁବିଧା ହେଲେ ଜନସାଧାରଣ ମାନେ ଏନ.ଏ.ସି କଣ୍ଟ୍ରୋଲ ରୁମ ନମ୍ବର ୦୬୭୫୬-୨୫୩୦୯୧ ରେ ଯୋଗାଯୋଗ କରିପାରିବେ।

ସେହିପରି ଭାବେ ବାଣପୁର ଥାନା ଇନ ଚାର୍ଜ ବିଜୟ ମଲିକ ଦୁଇ ପ୍ଲାଟୁନ ପୋଲିସ ସହ ବାଣପୁର ଅଞ୍ଚଳରେ କଡ଼ା ବନ୍ଦୋବସ୍ତ କରିଥିବାବେଳେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ ତିନି ପ୍ଲାଟୁନ ପୋଲିସ ଫୋର୍ସ ବାଲୁଗାଁ ଏବଂ ଚିଲିକା ରେ ମୁତୟନ କରିଥିବା ସୂଚନା ଦେଇଛନ୍ତି। ସେହିପରି ଭାବେ ଆଜି ପ୍ରଥମ ଦିନ ସଟ ଡ଼ାଉନ ରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀ ରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ତୀକ୍ଷ୍ଣ ନଜର ରଖିଥିବା ସହ କୌଣସି କୋଭିଡ ଉଲଂଘନ କେସ ପଂଜିକୃତ ହୋଇନଥିବା ସୂଚନା ଦେଇଛନ୍ତି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ।

ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରଶାସନିକ ପଦକ୍ଷେପ ସଟଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.