Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଳିପିଙ୍ଗଳ ହାଇସ୍କୁଲ ରାସ୍ତା ଅବସ୍ଥା ଦେଖି କାନ୍ଦିଲା କେନ୍ଦରା , ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆଞ୍ଚଳିକ

ଆଳିପିଙ୍ଗଳ ହାଇସ୍କୁଲ ରାସ୍ତା ଅବସ୍ଥା ଦେଖି କାନ୍ଦିଲା କେନ୍ଦରା , ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

August 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର-ଅଡଶପୁର୍ ରାସ୍ତାର ଆଳିପିଙ୍ଗଳ ବଜାର ନିକଟରେ ଥିବା ହାଇସ୍କୁଲ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅଭିଯୋଗ ଅନୁଯାୟୀ ଏହି ହାଇସ୍କୁଲ ଜଗତସିଂହପୁର-ଅଡଶପୁର୍ ମୁଖ୍ୟ ରାସ୍ତା ଠାରୁ ମାତ୍ର ୪୦୦ ଫୁଟ ଦୂରତାରେ ଅବସ୍ଥିତ ଥିବା ବେଳେ ମୁଖ୍ୟ ରାସ୍ତା ଓ ଏହି ହାଇସ୍କୁଲ ରାସ୍ତାର ସଂଯୋଗ ସ୍ଥଳରେ ଖାଲଖମା ଯୋଗୁଁ ଅସରାଏ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣି ଜମିରହୁଛି। ଫଳରେ ଏହି ରାସ୍ତାଦେଇ ସ୍କୁଲକୁ ଅଧ୍ୟୟନ ପାଇଁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୧୦ଟି ଗ୍ରାମର ଲୋକେ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାରେ ଆଣ୍ଠୁଏ ପାଣି ହେବା ଯୋଗୁଁ ଲୋକମାନେ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୪କି.ମି ଦୂର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ହୋଇପାରି ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଉକ୍ତ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆବାହକ ସରୋଜ ନାୟକ, ଅରୁଣ ଆଚାର୍ଯ୍ୟ, ଅଜୟ ଜେନା, ଜ୍ୟୋତି ରଞ୍ଜନ ପରିଡ଼ା, ବେଣୁଧର ନାୟକ, ମହେଶ୍ୱର ତ୍ରିପାଠୀ, ରମେଶ ମହାନ୍ତି, ଆଶୁତୋଷ ବେହେରା, କୈଳାସ ସାହୁ, ଦୃତିଧର ଦାସ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ବାସିନ୍ଦା ବଂଶୀଧର ଭୋଳ, କାଳନ୍ଦୀ ବେହେରା, କୃତିବାସ ଦାସ, ଲିଟୁ ପ୍ରଧାନ, ବୁଢ଼ା ପ୍ରଧାନ, ନାରାୟଣ ବେହେରା, ବାବାଜୀ ଜେନା, ଉଲ୍ଲାସ ବେହେରା, ପରୀକ୍ଷିତ ପଲାଉର, ଶିବଦତ୍ତ ପ୍ରଧାନ ,ବନୋଜ ଦାସ, ବିଷ୍ଣୁ ମହାନ୍ତି, ବାବାଜୀ ଜେନା,ସାରଦା ପ୍ରସନ୍ନ ଦାସ, ଆର୍ତ୍ତବନ୍ଧୁ ବେହେରା, ରଘୁନାଥ ବେହେରାଙ୍କ ସମେତ ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ।ଏପରିକି ଏହି ରାସ୍ତାର ଅବସ୍ଥା ଦେଖି ଜନୈକ କେନ୍ଦରା ବାଦକ କେନ୍ଦରା ବଜାଇ ଦୁଃଖ ପ୍ରକାଶ କରୁଥିବା ସେଠାରେ ଦେଖିବାକୁ ମିଳିଥିଲା।

ଜିଲ୍ଲାପାଳଙ୍କୁ ଦାବିପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

January 24, 2026

ଲେପଟନାଣ୍ଟ ଲକ୍ଷ୍ମୀପ୍ରିୟା ଚାନ୍ଦଙ୍କର ଦର୍ଶନ ଶାସ୍ତ୍ରରେ ପିଏଚ୍‌ଡି ଲାଭ

January 24, 2026

ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

January 20, 2026
Latest News

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026

ବିରାଟ କୋହଲିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ: ଅଧିନାୟକ ଭାବରେ ରଚିଲେ ଇତିହାସ

January 26, 2026

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ସହରଗୁଡ଼ିକୁ ଉଡ଼ାଣ ବାତିଲ କଲା ଇଣ୍ଡିଗୋ 

January 26, 2026

ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.