Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଧାୟିକାଙ୍କ ବେଗୁନିଆପଡ଼ା ଗସ୍ତ: ଦିନକରେ କଲେ ୧୯ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ
ଆଞ୍ଚଳିକ

ବିଧାୟିକାଙ୍କ ବେଗୁନିଆପଡ଼ା ଗସ୍ତ: ଦିନକରେ କଲେ ୧୯ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ବିଧାୟିକା ପ୍ରଥମେ କେ ବରିଡ଼ା ପଞ୍ଚାୟତର ବିରିବାଟିଆ ଠାରେ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ। ତାପରେ ୬ ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ କେ ବରିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ୨ ଲକ୍ଷ ଟଙ୍କାରେ ନିର୍ମିତ ନୁଆଁ ସାହି ଗୋଷ୍ଠୀ ସାଧନା କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା।

ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ ମର୍ଦ୍ଦରାଜପୁରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ। ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର ଉଦଘାଟନ କରିବା ସହ ସିଜିଏଫ, ଏସପିଏଫ, ଏମଏଲଏ ଲ୍ୟାଡ଼ ଯୋଜନାରେ ବେଗୁନିଆପଡ଼ା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହା ପରେ ଏସ୍ ଛଚିନା ପଞ୍ଚାୟତର ଏସ ଛଚିନା ଠାରେ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ୫ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ ଯାତ୍ରୀ ବିଶ୍ରାମ ଗାର, ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କାରେ ନିର୍ମିତ ବନଦୁର୍ଗା ସାହିରେ ଗୋଷ୍ଠୀ ସାଧନ କେନ୍ଦ୍ର, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପାଠାଗାର ଏବଂ ସୂଚନା କେନ୍ଦ୍ର, ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାଧାକୃଷ୍ଣ ସାହି ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ।

ଏହାପରେ ସୁମଣ୍ଡଳ ଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଶାଙ୍କୁଡ଼ା ଠାରେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମହାପ୍ରୟାଣ ଶବ ସତ୍କାର ସ୍ଥଳ, ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗାରଗାଁ ଯାତ୍ରୀ ବିଶ୍ରାମଗାର, ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଫାଟକ, ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଧାନଖଳା, ୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଗ୍ନି ପୂଜା ମଣ୍ଡପ,୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲଭର୍ଟର ଶୁଭ ଉଦଘାଟନ କରିଥିଲେ ବିଧାୟିକା।

ବିଧାୟିକାଙ୍କ ଏହି ୧୯ ଗୋଟି ମାରାଥନ ଉଦଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ମନୋଜ କୁମାର ପାଣ୍ଡି, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

ଉନ୍ନୟନ ମୂଳକ କାର୍ଯ୍ୟ କବିସୂର୍ଯ୍ୟନଗର ବିଧାୟିକା ବେଗୁନିଆପଡ଼ା ବ୍ଳକ ଭିତ୍ତି ପ୍ରସ୍ତର ସ୍ଥାପନ ଲତିକା ପ୍ରଧାନ ଶୁଭ ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.