Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ନିର୍ବାଚନମଣ୍ଡଳୀର ଏହି ସବୁ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ
ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀର ଏହି ସବୁ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବା ନେଇ ସୂଚନା ମିଳିଛି। ବାଣପୁର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଚିଲିକା ବ୍ଲକର କିଛି ଗ୍ରାମଗୁଡିକରେ ଆଜିଠାରୁ ଅକ୍ଟୋବର ୨୫ ଯାଏଁ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର।

ବାଣପୁର ୧ ଏବଂ ବାଣପୁର ୨ ଫିଡ଼ର ଅଧୀନରେ ଥିବା ସବୁ ଗ୍ରାମ ଏବଂ ସହରରେ ଆଜିଠାରୁ ଦିନେ ଛଡା ଦିନେ ଅକ୍ଟୋବର ୨୫ ଯାଏଁ ସକାଳ ୭ ଘଟିକାରୁ ୧୧ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଫିଡ଼ରର ରକ୍ଷଣାବେକ୍ଷଣ ବିଶେଷକରି ଗଛ ଡାଳ କଟାଯିବା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର। ଏବଂ ଅଗାମୀଦିନରେ ବାଣପୁରରେ ନିରବଚ୍ଚିନ୍ନ ବିଦ୍ୟୁତ ପ୍ରବାହ ଜାରି ରଖିବାକୁ ହେଲେ ଏହିପରି ଉନ୍ନତମାନର ମରାମତି କାର୍ଯ୍ୟ ଜରୁରୀ ବୋଲି ଶ୍ରୀ ପାତ୍ର କହିଛନ୍ତି। ସେଥିପାଇଁ  ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

ଅପରପକ୍ଷରେ ଏ ନେଇ ବାଣପୁର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଅଛି ବୋଲି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ଏସ.ଡ଼ି.ଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଗ୍ରାମ ଏବଂ ସହର

ବାଣପୁର-୧ ଫିଡ଼ର

ତେନ୍ତୁଳିଡିହ ଗ୍ରାମ, ସୁନାକେରା ଗ୍ରାମ, ବାଲିପଦର ଗ୍ରାମ, ନିମିଖେତା ଗ୍ରାମ, ବେଲପଡା ଗ୍ରାମ, ଦୋଳମୁଣ୍ଡାଇ ଗ୍ରାମ, ସରନଇ ଗ୍ରାମ, ଆଙ୍କୁଲା ଗ୍ରାମ, ବଡକୁଳ ଗ୍ରାମ, ନୂଆଗଡ ଗ୍ରାମ, ବିଷ୍ଣୁଡିହ ଗ୍ରାମ, ପାରିକଂସାରୀ ଗ୍ରାମ, କୋତରି ଗ୍ରାମ ଏବଂ ପାଇକକୋସଡିହ ଗ୍ରାମ।

ବାଣପୁର-୨ ଫିଡ଼ର

ଗୋପୀନାଥପୁର, ଅଲାଇଡିହ, ଅନ୍ତରକିଆରୀ, ନନ୍ଦପୁର, ପ୍ରତାପ, କୁମାରାଙ୍ଗ, ରାଣୀପଡ଼ା, ପୁଞ୍ଜିଆମା, କେଶପୁର, ଦଣ୍ଡିଗାଡ଼ିଆ, ମଙ୍ଗଳପୁର, ଵାଲେଡିହ ଏବଂ ବାଣପୁର ଏନ.ଏ.ସି ଅଞ୍ଚଳ।

ସୂଚନା ଯୋଗ୍ୟ କି, ଆଜି ବାଣପୁର-୧ ଫିଡ଼ର ଅଧୀନରେ ଆସୁଥିବା ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ଆସନ୍ତାକାଲି ବାଣପୁର-୨ ଫିଡ଼ର ଅଧୀନରେ ଆସୁଥିବା ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହିପରି ଭାବରେ ଦିନେ ଛଡା ଦିନେ ଏହିସବୁ ଅଞ୍ଚଳଗୁଡିକରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ।

ଚିଲିକା ନିର୍ବାଚନମଣ୍ଡଳୀ ବିଦ୍ୟୁତ ସରବରାହ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.