Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’
ଆଞ୍ଚଳିକ

ବାଣପୁରର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’

October 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଖୁଣ୍ଟୁପଲ୍ଲି ଗ୍ରାମରେ ଜଣେ ଦୃଷ୍ଟିହୀନ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’। ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ କୁମାରାଙ୍ଗ ପଞ୍ଚାୟତ ଖୁଣ୍ଟୁପଲି ଗ୍ରାମର ଗୋବିନ୍ଦ ଜେନା। ଉକ୍ତ ଗ୍ରୁପ ଦ୍ୱାରା ଆଜି ଅପରାହ୍ନରେ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଝୀଂଟିକାପଲ୍ଲି ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଏକ ପୂଜା ଏବଂ ତେଜରାତି ଦୋକାନ ନିଃଶୁଳ୍କରେ ଗୋବିନ୍ଦଙ୍କୁ ଯୋଗାଇଦିଆଯାଇଅଛି। ଦୋକାନ ଚଳାଇବାରେ ତାଙ୍କ ଧର୍ମପତ୍ନୀ ତାଙ୍କୁ ସହଯୋଗ କରିବେ। ଉକ୍ତ ଦୋକାନ ଦ୍ୱାରା ଗୋବିନ୍ଦ ନିଜେ ଆତ୍ମନିର୍ଭର ହେବା ସହ ନିଜ ପରିବାର ଗୁଜୁରାଣ ମଧ୍ୟ ମେଣ୍ଟାଇପାରିବେ। ବିଗତ ଦଶ ଦିନ ତଳେ ଗୋବିନ୍ଦଙ୍କ ବିଷୟରେ ସୂଚନା ପାଇ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ତାଙ୍କ ବାସଭବନକୁ ପହଁଚି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ ଏବଂ ଆଜି ତାଙ୍କ ଅସୁବିଧା ଦୂର କରିବା ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରୟାସ କରିଛନ୍ତି ଯାହା ନିଶ୍ଚିତ ରୂପେ ପ୍ରଶଂସନୀୟ।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ର ସଭାପତି ପ୍ରଶାନ୍ତ ସେନାପତି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯଥା ଚିଣ୍ଟୁ ବେହେରା, ଚୁମୁକି ବରାଳ, ଦୀପକ ଜେନା, ଉତ୍ତମ ରଣା, ସଞ୍ଜୟ ଓ ଲିପନ ଆଦି ଉପସ୍ଥିତ ଥାଇ ଗୋବିନ୍ଦ ଙ୍କୁ ଉତ୍ସହିତ କରିଥିଲେ। ଉକ୍ତ ଗ୍ରୁପର ଏତଦ ମହତ କାର୍ଯ୍ୟପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ସୂଚନା ଥାଉ କି ପୂର୍ବରୁ ଉକ୍ତ ଗ୍ରୁପ ଦ୍ୱାରା ମିଶନ ଆତ୍ମନିର୍ଭର ଯୋଜନାରେ ତିନି ଜଣ ଅସହାୟ ବ୍ୟକ୍ତିଙ୍କୁ ଏହିପରି ସହାୟତା ପ୍ରଦାନ କରାଯାଇଅଛି।

ବାଣପୁର ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଶିଫଳ: ଆଜି ଜୁନ ୨ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026

ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.