ଆସନ୍ତାକାଲି ବାଣପୁର-ବାଲୁଗାଁରେ ନିର୍ଦ୍ଦିଷ୍ଟ ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ

Published: Oct 27, 2020, 8:07 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ବାଲୁଗାଁ ୩୩ କେଭି ଗ୍ରୀଡ଼ ଅଧିନସ୍ଥ ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳାଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ୧୩୨/୩୩  କେଭି ଗ୍ରୀଡ଼ ସବଷ୍ଟେସନ, ବାଲୁଗାଁର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ତେଣୁ ଉକ୍ତ ଗ୍ରୀଡ଼ ଅଧୀନରେ ଥିବା ବାଣପୁର ଏବଂ ବାଲୁଗାଁର ସମସ୍ତ ଅଞ୍ଚଳରେ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏ ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ହୋଇଥିବାର କହିଛନ୍ତି ଶ୍ରୀ ଦଳାଇ ଏବଂ ଏଥିଲାଗି ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି।

Related posts