
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ ୱାର୍ଡ଼ ଉତ୍ତରମୁଖୀ ବସ୍ତିବାସିନ୍ଦାଙ୍କ ସମସ୍ୟା ତଥା ଯେଉଁଠାରେ ବସ୍ତି ଅଛି ତାହାର ପଟା ପ୍ରଦାନ ପାଇଁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଏହି ବସ୍ତିରେ ପ୍ରାୟ ୧୭୨ ଘର ୧୨ ବର୍ଷ ହେଲା ଉକ୍ତ ସ୍ଥାନର ପଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଗମର କିଛି ଅଧିକାରୀ ଆସି ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କୁ ସରକାରୀ ସୁବିଧାରୁ ବଂଚିତ କରାଇବୁ କହୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ଏହି ୧୭୨ ଘରକୁ ପକ୍କାଘର କରିବା ସହ ପଟା ପ୍ରଦାନ, ପିଇବା ପାଣି ସୁବିଧା କରାଇବା, ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରାଇବା ନେଇ ଦାବି ରଖିଛନ୍ତି।
ଏହି ଦାବିପତ୍ର ପ୍ରଦାନ ସମୟରେ ଉତ୍ତରମୁଖୀ ସେବା ଶାନ୍ତି ଉନ୍ନୟନ କମିଟିର ମୁଖ୍ୟ ଏସ୍. କୁରୀ ରେଡ୍ଡୀ, ରମା ସାମଲ, ରିତା ମହାରଣା, ଗନ୍ତୟତ ଡ଼ାକୁଆ, ଜୟନ୍ତୀ ତଳେଇ, ଉର୍ମିଳା ସାହୁ ପ୍ରମୁଖ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।