Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଓଡିଶାର ରାଜନୈତିକ ଇତିହାସ ଏଯାଏ ନନ୍ଦିନୀ ଶତପଥିଙ୍କ ଭୂମିକାର ସଠିକ ମୂଲ୍ୟାୟନ କରିନାହିଁ
ବ୍ୟକ୍ତିତ୍ୱ

ଓଡିଶାର ରାଜନୈତିକ ଇତିହାସ ଏଯାଏ ନନ୍ଦିନୀ ଶତପଥିଙ୍କ ଭୂମିକାର ସଠିକ ମୂଲ୍ୟାୟନ କରିନାହିଁ

June 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରାୟ ୭ ବର୍ଷ ତଳେ ନେପାଳରେ ମୋର ଦେଖା ହୁଏ  ବାଂଲାଦେଶ ର ଖ୍ୟାତନାମା ମାନବ ଅଧିକାର କର୍ମୀ ତଥା ବିଶିଷ୍ଟ ସିନେମା ନିର୍ମାତା ଶାହାରିୟାର କବୀରଙ୍କ ସହିତ। ଦକ୍ଷିଣ ଏସିଆର ମାନବାଧିକାର ପ୍ରସଙ୍ଗ ଆଲୋଚନାର ପୃଷ୍ଠଭୂମିରେ ଶ୍ରୀ କବୀର ମୋତେ କହିଥିଲେ, ବାଂଲାଦେଶ ଗଠନ ଲାଗି ବାଂଲାବାସୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଯେତିକି ଋଣୀ, ସମାନ ପରିମାଣରେ ଆମେ ସେଥିଲାଗି ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ପାଖରେ ମଧ୍ୟ କୃତଜ୍ଞ। ୧୯୭୧-୭୨ ବାଂଲା ମୁକ୍ତି ଯୁଦ୍ଧରେ ଭାରତର ସହାୟତା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ ଭାବରେ ନନ୍ଦିନୀ ଦେବୀଙ୍କର ପ୍ରଭାବଶାଳୀ ଯୋଗଦାନକୁ ଶ୍ରୀ କବୀର ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ କବୀର ଓଡିଶା ଆସି ତାଙ୍କର ସିନେମା ପ୍ରଦର୍ଶନ କରିବା ଅବସରରେ ଏ ପ୍ରସଙ୍ଗରେ ଅଧିକ ତଥ୍ୟ ଦେଇଥିଲେ। ନନ୍ଦିନୀ ଦେବୀଙ୍କ ରାଜନୈତିକ ବ୍ୟକ୍ତିତ୍ବର ଆକଳନ ବେଳେ ଏଇ ଦିଗଟି ପ୍ରତି ଆମେ ଖୁବ କମ ଧ୍ୟାନ ଦେଇଥାଉ। ଓଡିଶାର ରାଜାନୀତିରେ ନନ୍ଦିନୀ ଦେବୀଙ୍କ ବ୍ୟକ୍ତିତ୍ବ ବିଷୟରେ ଯେତିକି ଚର୍ଚ୍ଚା ହେବାକଥା, ତାର ଛୋଟିଆ ଅଂଶଟିଏ ବି ଏଯାଏ ଚର୍ଚ୍ଚା କୁ ଆସିପାରି ନାହିଁ।

ଓଡିଶା କମ୍ୟୁନିଷ୍ଟ ଆଂଦୋଳନର ଏନ୍ତୁଡିଶାଳରେ ତାଙ୍କର ଜନ୍ମ। ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡିଶାର ମହାନ ଲେଖକ ଓ କକା ଭଗବତୀ ପାଣିଗ୍ରାହୀ ଓଡିଶାରେ ସାମ୍ୟବାଦୀ ଆଂଦୋଳନର ପ୍ରାଣ ପ୍ରତିଷ୍ଠାତା ।   ଛାତ୍ର ଆଂଦୋଳନର ପ୍ରଚଣ୍ଡ ପ୍ରତିବାଦ ଭିତରୁ ସେ ରାଜନୀତିକୁ ଆସିଥିଲେ। ରାସ୍ତାରେ ସଂଘର୍ଷ କରି ରାଜନୀତିକୁ ଆସିବା ସେତେବେଳେ ଜଣେ ଓଡିଆ ଝିଅ ଲାଗି କିଛି କମ ସଂଘର୍ଷ ନଥିଲା। ସେ ସଙ୍ଘର୍ଷର ସଠିକ ମୂଲ୍ୟାୟନ ଆମେ କରିଛୁ କି? ତାଙ୍କୁ ହୁଏତ  ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲେଖିକା ଓ ସମ୍ପାଦିକା ଭାବରେ ଆମେ ଜାଣିଛୁ। ହେଲେ ଓଡିଆ ନାରୀର ମୁକ୍ତିସ୍ଵର ଭାବରେ ତାଙ୍କର ଆକଳନ ଏଯାଏ ହୋଇନାହିଁ। ମାତ୍ର ୪୫ ବର୍ଷ ବୟସ ଭିତରେ  କ୍ଷମତାର ବହୁ ତୁଙ୍ଗ ପଦବୀ ସେ ପାଇଛନ୍ତି। ୩୧ ବର୍ଷ ବୟସରେ ରାଜ୍ୟସଭା ସଦସ୍ୟ, ୩୫ ବର୍ଷ ବୟସରେ କେନ୍ଦ୍ରମନ୍ତ୍ରୀ ଓ ୪୨ ବର୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ- ବୋଧହୁଏ, ଗୋଟେ ଓଡିଆ ଝିଅ ଲାଗି ସେ ଥିଲା ରାଜନୀତିର କୁହୁକ ଯାତ୍ରା। କେବଳ ସେ ଦିଲ୍ଲୀରେ ମନ୍ତ୍ରୀ ହୋଇନଥିଲେ, ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ କାର୍ୟାଳୟରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ବହୁ ଜାତୀୟ ଓ ଆନ୍ତର୍ଜାତିକ ସମସ୍ୟାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ରହିଥିଲା।

ରାଜନୀତି ଓ ସାହିତ୍ୟର ଗୋଟେ ଅଦ୍ଭୁତ ସମନ୍ଵୟ ତାଙ୍କୁ ପରିବାରର ପରମ୍ପରାରୁ ମିଳିଥିଲା। ଅନେକ ସମୟରେ ଲାଗେ, ସେ ରାଜନୀତିକୁ ଆସିବା ଫଳରେ ଓଡିଆ ସାହିତ୍ୟ ଜଣେ ମହାନ ଲେଖିକାଙ୍କୁ ହରାଇଲା। ଶ୍ରୀମତୀ ଶତପଥି ତାଙ୍କର ଲେଖକୀୟ ଜୀବନରେ ବହୁତ ଅଳ୍ପ ଲେଖିଛନ୍ତି, ହେଲେ ଯେତିକି ଲେଖିଛନ୍ତି, ସେ ସବୁ ସମୟକୁ ଉତ୍ତୀର୍ଣ୍ଣ କରି ପାରିବାରେ ସକ୍ଷମ। ଓଡିଆ ଜାତିର ଦୁର୍ଭାଗ୍ୟ ହେଉଛି, ନନ୍ଦିନୀ ଦେବୀଙ୍କୁ ତାଙ୍କର ସାମଗ୍ରିକ ରାଜନୈତିକ ପୃଷ୍ଠଭୂମିରେ ଆମେ ଏଯାଏ ଆକଳନ କରିନୁ। ଜରୁରୀ କାଳୀନ ପରିସ୍ଥିତିରେ ତାଙ୍କର ଭୂମିକାକୁ ନେଇ ଆମେ ପ୍ରଶ୍ନ କରିଛୁ, ହେଲେ ପରବର୍ତ୍ତୀ ସମୟରେ ସେ ଶ୍ରୀମତୀ ଗାନ୍ଧୀଙ୍କ ବିରୋଧୀ ହେବାର ରାଜନୈତିକ ଘଟଣାକ୍ରମର ସଠିକ ଆକଳନ କରିନୁ। ୧୯୭୫ ପରଠୁ ନନ୍ଦିନୀ ଦେବୀ ବିଧାୟକ, ଲେଖକ ଓ ସମ୍ପାଦକ ଭାବରେ କାମ କରିଛନ୍ତି।

ଯେ କୌଣସି ଜାତି ଓ ସମୟ ଲାଗି ନନ୍ଦିନୀ ଦେବୀ ଏକ ବିସ୍ମୟ। ଅଥଚ ତାଙ୍କର ବ୍ୟକ୍ତିତ୍ବ ପ୍ରତି ଆମେ ବଡ ଉଦାସୀନ। ମୋତେ ଲାଗେ, ଆମେ ବୋଧହୁଏ, ନିଜକୁ ଚିହ୍ନିବା ଓ ଚିହ୍ନାଇବାର କଳା ଏ ଯାଏଁ ଶିଖି ପାରିନୁ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.