Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଯାତ୍ରା ଦୁନିଆର ଚର୍ଚ୍ଚିତ ଚେହେରା : ବିଭୁଧେନ୍ଦୁ କର ଓରଫ୍‌ ‘ହାପି’
ବ୍ୟକ୍ତିତ୍ୱ

ଯାତ୍ରା ଦୁନିଆର ଚର୍ଚ୍ଚିତ ଚେହେରା : ବିଭୁଧେନ୍ଦୁ କର ଓରଫ୍‌ ‘ହାପି’

August 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।  ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ଜଣେ ଚର୍ଚ୍ଚିତ ଚେହେରା ହାପି କରଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ..

ଜଲିଉଡ୍‌ରେ ହାପି କର ହେଉଛନ୍ତି ଏକ ଚର୍ଚ୍ଚିତ ନାମ। ଯାତ୍ରାପ୍ରେମୀଙ୍କ ନିକଟରେ ହାପି ବେଶ୍‌ ଷ୍ଟାଇଲିସ୍‌ ଓ ହ୍ୟାଣ୍ଡସମ୍‌ ହିରୋ ଭାବେ ବେଶ୍‌ ପରିଚିତ। ହାପିଙ୍କ ପ୍ରକୃତ ନା ବିଭୁଧେନ୍ଦୁ କର ହୋଇଥିବାବେଳେ ଯାତ୍ରା ଜଗତରେ ହାପି ନାମରେ ସେ ବେଶ୍‌ ଜଣାଶୁଣା। ହାପି ଉଭୟ ନେଗେଟିଭ୍‌ ଓ ପଜେଟିଭ୍‌ ଚରିତ୍ରରେ ବେଶ୍‌ ମନଛୁଆଁ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ରତନପୁର ଗ୍ରାମରେ ଜନ୍ମିତ ହୋଇଥିବା ହାପି ପିଲାଟୁ ବେଳକୁ ଏହି ଲାଇନ୍‌ ପ୍ରତି ବେଶ୍‌ ଆକର୍ଷିତ ହୋଇପଡିଥିଲେ। କୁହୁଡ଼ିସ୍ଥିତ ଜନତା ମହାବିଦ୍ୟାଳୟରେ ପଢୁଥିବାବେଳେ ଗାଁରେ ହେଉଥିବା  ଦଣ୍ଡଯାତ୍ରାରେ ପ୍ରଥମ ଥର ପାଇଁ ଅଭିନୟ କରିବାକୁ ସୁଯୋଗ ପାଇଥିଲେ।  ତା’ପରେ ବେଶ୍‌ କିଛି ବର୍ଷ ଦଣ୍ଡଯାତ୍ରା ଅଭିନୟ ଜାରି ରଖିଥିଲେ ହାପି।

ପରବର୍ତ୍ତୀ ସମୟରେ ହାପି  ଟିଭି ଧାରାବାହିକରେ ପାଦ ରଖିଥିଲେ, କିନ୍ତୁ ଏଥିରେ ସେ ବିଶେଷ ସଫଳତା ପାଇପାରିନଥିଲେ। ୨୦୧୦ ମସିହାରେ ହାପି ପାର୍ବତୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ସେଠାରେ ଏକ ବର୍ଷ ରହିବା ପରେ ଇଷ୍ଟର୍ଣ୍ଣ ଅପେରା ଓ ପରେ ପରେ ତୁଳସୀ ଗଣନାଟ୍ୟରେ ବେଶ୍‌ କିଛି ବର୍ଷ ରହି ହାଇବେଜଟ୍‌ ଯାତ୍ରା ଅନଷ୍ଠାନ ଯାତ୍ରା ଇନ୍ଦ୍ରମହଲରେ ଯୋଗ ଦେଇଛନ୍ତି ହାପି।

ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି – ସୁଖ ପରଦେଶୀ ଦୁଃଖ ପଡୋଶୀ, ଅଳପ ଦିନର ଗଳ୍ପ ଆମର, ଲୁହ ନଈକୂଳେ କରିଛି ଘର, ସବୁ ସୋମବାର ତମରି ପାଇଁ, ମାଳିସାହି ମୀରା କାହାରି ନୁହେଁ, କଣ କଲା ସେ, ଶହେ ଶହେରେ ଖେଳ, ରୁଷନା ମୋ ସୁନାଭଉଣୀ, ଆଖି ତୁ କାନ୍ଦେନା, ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ବଡ ଲୋକକୁ ଉତ୍ତର ନାହିଁ, ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ ଏବଂ ଆହୁରି ଅନେକ।

ତେବେ ସୁପରହିଟ୍ ନାଟକ ଭିତରୁ ତାଙ୍କୁ ଆତ୍ମସନ୍ତୋଷ ଦେଇଥିବା ନାଟକ ହେଲା ତୁଳସୀ ଗଣନାଟ୍ୟର, ‘ରୁଷୁନା ମୋ ସୁନାଭଉଣୀ’ ନାଟକରେ ସେ କରିଥିବା ବ୍ୟାସଦେବ ବିଶ୍ବକର୍ମା ଭୂମିକା ତାଙ୍କ ପାଇଁ ଅବିସ୍ମରଣୀୟ ହେଇ ରହିଛି। ଏଥିରେ ସେ ଜଣେ ଓପନ୍ୟାସିକା ଚରିତ୍ରରେ ଅଭିନୟ କରିଛନ୍ତି। ଏହି କାହାଣୀରେ ନିଜ ବନ୍ଧୁର ପ୍ରେମିକା ସୁମନକୁ ଖଳନାୟକ କବଳରୁ ବଞ୍ଚାଇବାକୁ ଯାଇ ନିଜେ ଅପରାଧୀ ପାଲଟିଯାଇଛନ୍ତି ଆଉ ବାହାଘର ଦିନ ଜେଲ୍‌ ଯାଉଛନ୍ତି। ଜେଲ୍‌ ଯିବା ବେଳେ ବାନ୍ଧବୀ ସୁମନକୁ ବୁଝେଇ କହିଛନ୍ତି ଯେ, ‘ ଭାଉଜ ତମେ କାନ୍ଦୁଛ କାହିଁକି …. ଓଃ ମୁଁ ତୁମ ବାହାଘରରେ ରହିପାରିବନି କି ତମ ଭୋଜି ଖାଇପାରିବନି ଏଇକଥା ଭାବି ତମେ ମନଦୁଃଖ କରି କାନ୍ଦୁଛ  ନା… .ଠିକ୍‌ ଅଛି ଭାଉଜ ମୁଁ ତମକୁ କଥା ଦେଉଛି ଜେଲ୍‌ରୁ ଫେରିବା ପରେ ତମ ଭୋଜି ମୁଁ ନିଶ୍ଚୟ ଖାଇବି। ଆଉ ଯଦି ମତେ ଫାଶୀ ହୋଇଯାଏ, ତା’ହେଲେ ଆଉ କେହି ନୁହେଁ ଭାଉଜ ତମେ ତମ ହାତରେ ଗଣ୍ତେ ରୋଷେଇ କରିଦେବ। ପାଖରେ ଠିଆ ହେଇ କାନ୍ଦୁଥିବା ସାଙ୍ଗକୁ କହେ ଆଉ କେହି ନୁହେଁରେ ତୁ ତାକୁ ନିଜେ ନେଇ ମଶାଣୀରେ ରଖିଦବୁ। ତାକୁ ଖାଇ ମୁଁ ବୁଝିଯିବି ଏଇଟା ମୋ ରାଜ୍ ଆଉ ସୁମନର ବାହାଘର ଭୋଜି।’ ଏ ନାଟକଟି ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିଛି।

ଚଳିତ ବର୍ଷ ହାପି ଯାତ୍ରା ସ୍ବର୍ଣ୍ଣ ମହଲରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ତାଙ୍କ ଅଭିନୀତ ନାଟକ ମଧ୍ୟରେ, ‘ସିନ୍ଦୁର ହାଟରେ ନାହିଁ ସିନ୍ଦୁର’, ‘ଅସତୀ ତୁଳସୀ ସତୀ ଚଉରା’,’ସାବତ ସ୍ବାମୀ’, ଆଦି ନାଟକଗୁଡ଼ିକ ବେଶ୍‌ ସୁପରହିଟ୍‌ ହୋଇ ଆଗେଇ ଚାଲିଛି। ବହୁ ନାମୀ ଦାମୀ ଯାତ୍ରା ଦଳରେ କାମ କରି ନିଜକୁ ପ୍ରତିଷ୍ଠିତ ଓ ପରିଚିତ କରାଇପାରିଥିବା ହାପି ଏବେ ଏହି କ୍ଷେତ୍ରରେ ବେଶ୍‌ ଆଗେଇ ଚାଲିଛନ୍ତି। ତାଙ୍କର ଇଚ୍ଛା ସେ ଜଣେ ଭଲ କଳାକାର ହୋଇ ବଞ୍ଚିବେ।

 

JATRA thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.