Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ୍‌ ଜେଟ୍‌ଲୀଙ୍କ ପରଲୋକ
ବ୍ୟକ୍ତିତ୍ୱ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ୍‌ ଜେଟ୍‌ଲୀଙ୍କ ପରଲୋକ

August 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଦିନ୧୨.୦୭ ମିନିଟ୍‌ ସମୟରେ ପ୍ରାଣ ହରାଇଛନ୍ତି ଜେଟ୍‌ଲୀ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ବିଜେପିର ଏହି ବରିଷ୍ଠ ନେତା ୬୭ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଅଗଷ୍ଟ ୦୯ରୁ ଅରୁଣ୍‌ ଜେଟ୍‌ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ । ୨୮ଡିସେମ୍ବର ୧୯୫୨ରେ ଜନ୍ମ ଗ୍ରହଣ କରିଥିବା ଅରୁଣ ମହାରାଜ କିଶନ୍‌ ଜେଟ୍‌ଲୀ ଦିଲ୍ଳୀ ବିଶ୍ବବିଦ୍ୟାଳୟରୁ ନିଜର ଶିକ୍ଷା ସମାପ୍ତ କରିଥିଲେ । ଜଣେ ଆଇନଜୀବୀ ଏବଂ ରାଜନେତା ଭାବରେ ଜେଟ୍‌ଲୀ ବେଶ୍‌ ପ୍ରତିଷ୍ଠିତ । ଜେଟ୍‌ଲୀ ୧୯୮୨ରେ ଜମ୍ମୁ କାଶ୍ମୀର ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଙ୍ଗୀତାଙ୍କୁ ବିବାହ କରିଥିଲେ ଜେଟ୍‌ଲୀ । ଉଭୟଙ୍କର ଦୁଇ ଜଣ ସନ୍ତାନ ରହିଛନ୍ତି । ଉଭୟଙ୍କ ସନ୍ତାନ ରୋହନ ଜେଟ୍‌ଲୀ ଏବଂ ସୋନାଲୀ ଜେଟ୍‌ଲୀ ଓକିଲ ଭାବରେ କାର୍ଯ୍ୟରତ ଅଛନ୍ତି ।

୧୯୯୧ରେ ବିଜେପିରେ ଯୋଗ ଦେଇଥିବା ଜେଟ୍‌ଲୀ ୧୯୯୯ରେ ଦଳର ମୁଖପାତ୍ର ଦାୟିତ୍ବ ତୁଲାଇଥିଲେ । ୧୯୯୯ ମସିହା ବାଜପେୟୀ ସରକାରଙ୍କ ଅମଳରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ହାସଲ କରିଥିଲେ । ୨୩ ଜୁଲାଇ ୨୦୦୦ରେ କ୍ୟାବିନେଟ୍‌ ପାହ୍ୟା ସହିତ ଆଇନ ମନ୍ତ୍ରାଳୟ ହାସଲ କରିଥିଲେ ଅରୁଣ । ଏହାପରେ ୨୦୦୨ରେ ବିଜେପିର କାର୍ଯ୍ୟକାରୀ ସଚିବ ଭାବରେ ନିର୍ବାଚିତ ହେବା ସହିତ ୨୦୦୩ରେ ଶିଳ୍ପ ଓ ବାଣିଜ୍ୟ ଏବଂ ଆଇନ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ରହିଥିଲେ । ୨୦୦୪ ଏବଂ ୨୦୦୯ରେ ଦୁଇଥର ରାଜ୍ୟସଭାରେ ବିରୋଧୀ ଦଳର ନେତା ଭୂମିକା ନିଭାଇଥିଲେ ଜେଟ୍‌ଲୀ । ୨୦୧୪ରେ ପୁନର୍ବାର ଏନ୍‌ଡିଏ ସରକାରରେ ଅର୍ଥ ବିଭାଗ, ପ୍ରତିରକ୍ଷା ବିଭାଗ ଏବଂ କର୍ପୋରେଟ ଆଫେୟାର୍ସ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ରହିଥିଲେ । ଜେଟ୍‌ଲୀଙ୍କ ମନ୍ତ୍ରୀତ୍ବ କାଳରେ ଏନ୍‌ଡିଏ ସରକାର ବିମୁଦ୍ରୀକରଣ ପଦକ୍ଷେପ ଗ୍ରହଣ କରିଥିଲେ ଯାହା ଦ୍ବାରା ୫୦୦ ଏବଂ ୧୦୦୦ ଟଙ୍କିଆ ଅଚଳ ହୋଇଥିଲା । ସେହିପରି ଜେଟ୍‌ଲୀଙ୍କ ଅର୍ଥମନ୍ତ୍ରୀତ୍ବ କାଳରେ ଭାରତୀୟ ଟିକସ ସଂସ୍କାର ଜିଏସ୍‌ଟିର ପ୍ରଚଳନ ହୋଇଥିଲା ।  ମେ ୧୪, ୨୦୧୮ରେ ଜେଟ୍‌ଲୀଙ୍କ କିଡ୍‌ନୀ ପ୍ରତିରୋପଣ ହୋଇଥିବା ବେଳେ ଜାନୁୟାରୀ ୨୦୧୯ରେ ସଫ୍ଟ ଟିସ୍ୟୁ ସାକ୍ରୋମାରେ ପୀଡିତ ହୋଇ ଚିକିତ୍ସିତ ହେବା ସହିତ ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରୁ ଓହରି ଯାଇଥିଲେ ଜେଟ୍‌ଲୀ । ଅର୍ଥ ବିଭାଗ ଦାୟିତ୍ବ ସମ୍ଭାଳିଥିବା ଜେଟ୍‌ଲୀଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଆସିଥିଲା । ରାଜ୍ୟ ଗୋଷ୍ଠୀ କ୍ରୀଡା ଦୁର୍ନୀତି ହେଉ ଅଥବା ଭିଡିଓକୋନ୍‌ ଅର୍ଥନୈତିକ ଦୁର୍ନୀତି ମାମଲାରେ ଜେଟ୍‌ଲୀଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠାଯାଇଥିଲା। ଏହି ମାମଲାକୁ ନେଇ ସିବିଆଇ ପକ୍ଷରୁ ଜେଟ୍‌ଲୀଙ୍କୁ ପ୍ରଶ୍ନ କରାଯାଇଥିଲା ।

ବିଜେପିର ଏହି ବରିଷ୍ଠ ନେତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜେଟ୍‌ଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଜେଟ୍‌ଲୀ ଜଣେ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଥିଲେ । ତାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଛନ୍ତି ମୋଦି । ମୋଦି ଏବେ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।  ଅରୁଣ୍‌ ଜେ୍‌ଟଲୀଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ବ୍ୟକ୍ତ କରିବା ସହ ଏହା ଗଭୀର ଆଘାତ ଦେଇଛି ବୋଲଇ ରାଜନାଥ କହିଛନ୍ତି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ  ଜେଟ୍‌ଲୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ, ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଜେଟ୍‌ଲୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.