ପଶ୍ଚିମବଂଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟତ୍ବ ନେଲେ ମଣିପୁର ରାଜ୍ୟପାଳ

Published: Jul 18, 2022, 10:46 pm IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ମଣିପୁର ରାଜ୍ୟପାଳ ଏଲ ଗଣେଷନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।  ସେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଶପଥପାଠ ଉତ୍ସବରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।

ପଶ୍ଚିମବଂଗର ରାଜ୍ୟପାଳ ଥିବା ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ସେ ସେହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟପାଳ ପଦବୀ ଖାଲି ଥିବାରୁ ମଣିପୁର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Related posts