କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଲେ ଗଂଜାମ ଜିଲ୍ଲାପାଳ, କୋଭିଡ କେୟାର କେନ୍ଦ୍ରର ଖାଦ୍ୟ କଲେ ପରୀକ୍ଷା

Published: Jul 11, 2020, 10:25 am IST
ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ଘରୁ ବାହାରି ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହିତ ସେଠାରେ କିପରି ଖାଦ୍ୟ ପ୍ରଦାନ କରାଯାଉଛି ତାହା ମଧ୍ୟ ପରୀକ୍ଷା କରୁଛନ୍ତି।
ଜିଲ୍ଲାପାଳ ଗତକାଲି ଗଂଜାମ ଜିଲ୍ଲାର ସୀତାପାଲ୍ଲୀରେ ଥିବା କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶରେ ଯାଇଥିଲେ। ସେଠାରେ ନିଆଯାଇଥିବା ପଦକ୍ଷେପ ଉପରେ ତଦାରଖ କରିଥିଲେ। ଏପରିକି କେନ୍ଦ୍ରରେ ଥିବା ଲୋକମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ପରୀକ୍ଷା କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖୋଦ୍ ଜିଲ୍ଲାପାଳ ଖାଇବେ ବୋଲି କାହାର ବିଶ୍ବାସ ନ ଥିଲା। କାରଣ ଏହି ଭୂତାଣୁ କେଉଁବାଟେ କିପରି ଦେହ ଭିତରକୁ ପ୍ରବେଶ କରେ ତାହା କହି ହେବ ନାହିଁ। ହେଲେ ଜିଲ୍ଲାପାଳ ତାହା ଭୃକ୍ଷେପ ନ କରି ଏପରି ପରୀକ୍ଷା କରିବା ସେଠାକାର କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଦୃଢ କରିଛି।

Related posts