ୟୁରୋ ୨୦୧୯ ଯେଗ୍ୟତା ପର୍ଯ୍ୟାୟ : ସ୍ପେନ୍‌, ରୋମାନିଆ ଏବଂ ଇଟାଲୀ ବିଜୟୀ

Published: Mar 29, 2019, 5:17 pm IST

ୟୁରୋ କପ୍‌ ୨୦୧୯ ନିମେନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସ୍ପେନ୍‌, ରୋମାନିଆ ଏବଂ ଇଟାଲୀ ବିଜୟ ହାସଲ କରିଛନ୍ତି। ମାଲ୍‌ଟା ବିପକ୍ଷ ମ୍ୟାଚ୍‌ରେ ସ୍ପେନ୍‌ ୨-୦ରେ ବିଜୟ ହାସଲ କରିଥିବା ବେଳେ ରୋମାନିଆ ଫେରାେସ୍‌ ଆଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ଆଜି ସବୁଠୁ ବଡ ବ୍ୟବଧାନର ବିଜୟ ହାସଲ କରିଥିବା ଇଟାଲୀ ୬-୦ରେ ଲିଚେନ୍‌ଷ୍ଟେନ୍‌କୁ ପରାସ୍ତ କରିଥିଲା। ଅନ୍ୟ ୩ଟି ମୁକାବିଲା ଅମୀମାଂସିତ ଭାବରେ ଶେଷ ହୋଇଥିଲା। ବୋସନିଆ ଏବଂ ଗ୍ରୀସ୍‌ ମଧ୍ୟରେ ହୋଇଥିବା ମୁକାବିଲା ୨-୨ରେ ଅମୀମାଂସିତ ରହିଥିବା ବେଳେ, ସ୍ବିଜରଲ୍ୟାଣ୍ଡ ଏବଂ ଡେନ୍‌ମାର୍କ ମଧ୍ୟରେ ମୁକାବିଲା ୩-୩ରେ ଅମୀମାଂସିତ ରହିଥିଲା। ସେହିପରି ନରଓ୍ବ ଏବଂ ସ୍ବିଡେନ୍‌ ମଧ୍ୟରେ ଦିନର ଶେଷ ମ୍ୟାଚ୍‌ ମଧ୍ୟ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ଗ୍ରୁପ୍‌ ଏରେ ଇଂଲଣ୍ଡ ୨ ଟି ମ୍ୟାଚ୍‌ରୁ ୬ ପଏଣ୍ଟ ସହିତ ପଏଣ୍ଟ ତାଲିକାରେ ଉପରେ ରହିଥିବା ବେଳେ ଗ୍ରୁପ୍‌ ବିରେ ୟୁକ୍ରେନ୍‌, ଗ୍ରୁପ୍‌ ସିତ୍ତର ଆୟାରଲ୍ୟାଣ୍ଡ ଏବଂ ଗ୍ରୁପ୍‌ ଡିରେ ଆୟାରଲ୍ୟାଣ୍ଡ ପ୍ରଥମ ସ୍ଥାନରେ ରହିଛନ୍ତି।

 

Related posts