Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୂର୍ବତନ ମିସ୍‌ ଓ୍ବାର୍ଲ୍ଡଙ୍କୁ ଧକ୍କା ଦେଲା ବସ୍‌ : ଛଅ ଦିନ କୋମାରେ ରହିବା ପରେ ହେଲା ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

ପୂର୍ବତନ ମିସ୍‌ ଓ୍ବାର୍ଲ୍ଡଙ୍କୁ ଧକ୍କା ଦେଲା ବସ୍‌ : ଛଅ ଦିନ କୋମାରେ ରହିବା ପରେ ହେଲା ମୃତ୍ୟୁ

December 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆର୍ଜେଣ୍ଟିନା : ଆର୍ଜେଣ୍ଟିନାର ପୂର୍ବତନ ମିସ୍‌ଓ୍ବାର୍ଲ୍ଡ  ନୋର୍‌ମା କ୍ୟାପଲେଗ୍‌ଲି ମୃତ୍ୟୁ ହୋଇଛି । ଡିସେମ୍ବର 17 ତାରିଖରେ ନିଜ ଘର ପାଖରେ ଚାଲୁଥିବା ସମୟରେ ପଛପଟୁ ଏକ ବସ୍‌ ତାଙ୍କ ଧକ୍କା ଦେଇଥିଲା । ନୋର୍‌ମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ଫ୍ୟାକ୍‌ଚର ଥିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । 6 ଦିନ କାଳ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା ।

1960 ମସିହାରେ ନୋର୍‌ମା ମିସ୍‌ ଓ୍ବାଲ୍ଡର ଟାଇଟଲ୍‌ ବିଜୟିନୀ ହୋଇଥିଲେ । ଆର୍ଜେଣ୍ଟିନାର ପ୍ରଥମ ମହିଳା ଭାବେ ସେ ଏହି ଟାଇଟଲ୍‌ ଜିତିଥିଲେ । ସେ ମାତ୍ର 21 ବର୍ଷ ବୟସରେ ବିଶ୍ବ ସୁନ୍ଦରୀ ମୁକୁଟର ବିଜୟିନୀ ହୋଇଥିଲେ । ବିଶ୍ବ ସୁନ୍ଦରୀ ହେବା ପରେ ସେ ଅରମାନୀ, ଡିୟୋର ପରି ଲୋକପ୍ରିୟ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ ।

ମଡେଲିଂ ସହିତ ସେ ଗୀତ ମଧ୍ୟ ଗାଉଥିଲେ । 1962 ମସିହାରେ ସେ ‘ସେକ୍ସୀ ଓ୍ବାଲର୍ଡ’ ଗୀତରେ କଣ୍ଠଦାନ କରିଥିଲେ ।କିଛି ସମୟ ସେ ବ୍ରାଜିଲ୍‌ ରହୁଥିଲେ । 1989 ମସିହାରେ ସେ ଆର୍ଜେଣ୍ଟିନା  ପ୍ରତ୍ୟାବର୍ତ୍ତନ କରିଥିଲେ ।

ନୋର୍‌ମାଙ୍କ ଝିଆରୀ କହିଛନ୍ତି ଯେ, ତାଙ୍କ ମୃତ୍ୟୁ ବସ୍‌ ଦୁର୍ଘଟଣାରେ ହୋଇଛି । ବୟସାଧିକ୍ୟ ହେବା ସତ୍ତ୍ବେ ସେ ବହୁତ ଆକ୍ଟିଭ୍‌ ଥିଲେ । ମାତ୍ର ବସ୍‌ ଧକ୍କା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମାମଲାରେ 28 ବର୍ଷୀୟ ବସ୍‌ ଡ୍ରାଇଭର୍‌କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ନୋର୍‌ମା 60 ଦଶକରେ ଇଟାଲୀର ବ୍ୟବସାୟୀଙ୍କୁ ବିବାହ କରି ଫ୍ୟାସନ୍‌ ଇଣ୍ଡଷ୍ଟ୍ରିରୁ ଅଲ୍‌ବିଦା ନେଇଥିଲେ । ମାତ୍ର ଏହାପରେ ଇଟାଲୀର ମ୍ୟାଗଜିନ୍‌ ମେନ ବାବାଜର ପାଇଁ ସେ ଜର୍ଣ୍ଣାଲିଷ୍ଟ ରୂପେ କାର୍ଯ୍ୟ କରୁଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025

ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ଉପରୁ ଖସିପଡିଲା ବୋଲେରୋ, ତାପରେ..

August 24, 2025
Latest News

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

ବିଷପାନ କରିଥିବା ମହିଳାଙ୍କ ବାଣପୁର ହସ୍ପିଟାଲରେ ମୃତ୍ୟୁ

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.