Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୂର୍ବତନ ମିସ୍‌ ଓ୍ବାର୍ଲ୍ଡଙ୍କୁ ଧକ୍କା ଦେଲା ବସ୍‌ : ଛଅ ଦିନ କୋମାରେ ରହିବା ପରେ ହେଲା ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

ପୂର୍ବତନ ମିସ୍‌ ଓ୍ବାର୍ଲ୍ଡଙ୍କୁ ଧକ୍କା ଦେଲା ବସ୍‌ : ଛଅ ଦିନ କୋମାରେ ରହିବା ପରେ ହେଲା ମୃତ୍ୟୁ

December 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆର୍ଜେଣ୍ଟିନା : ଆର୍ଜେଣ୍ଟିନାର ପୂର୍ବତନ ମିସ୍‌ଓ୍ବାର୍ଲ୍ଡ  ନୋର୍‌ମା କ୍ୟାପଲେଗ୍‌ଲି ମୃତ୍ୟୁ ହୋଇଛି । ଡିସେମ୍ବର 17 ତାରିଖରେ ନିଜ ଘର ପାଖରେ ଚାଲୁଥିବା ସମୟରେ ପଛପଟୁ ଏକ ବସ୍‌ ତାଙ୍କ ଧକ୍କା ଦେଇଥିଲା । ନୋର୍‌ମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ଫ୍ୟାକ୍‌ଚର ଥିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । 6 ଦିନ କାଳ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା ।

1960 ମସିହାରେ ନୋର୍‌ମା ମିସ୍‌ ଓ୍ବାଲ୍ଡର ଟାଇଟଲ୍‌ ବିଜୟିନୀ ହୋଇଥିଲେ । ଆର୍ଜେଣ୍ଟିନାର ପ୍ରଥମ ମହିଳା ଭାବେ ସେ ଏହି ଟାଇଟଲ୍‌ ଜିତିଥିଲେ । ସେ ମାତ୍ର 21 ବର୍ଷ ବୟସରେ ବିଶ୍ବ ସୁନ୍ଦରୀ ମୁକୁଟର ବିଜୟିନୀ ହୋଇଥିଲେ । ବିଶ୍ବ ସୁନ୍ଦରୀ ହେବା ପରେ ସେ ଅରମାନୀ, ଡିୟୋର ପରି ଲୋକପ୍ରିୟ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ ।

ମଡେଲିଂ ସହିତ ସେ ଗୀତ ମଧ୍ୟ ଗାଉଥିଲେ । 1962 ମସିହାରେ ସେ ‘ସେକ୍ସୀ ଓ୍ବାଲର୍ଡ’ ଗୀତରେ କଣ୍ଠଦାନ କରିଥିଲେ ।କିଛି ସମୟ ସେ ବ୍ରାଜିଲ୍‌ ରହୁଥିଲେ । 1989 ମସିହାରେ ସେ ଆର୍ଜେଣ୍ଟିନା  ପ୍ରତ୍ୟାବର୍ତ୍ତନ କରିଥିଲେ ।

ନୋର୍‌ମାଙ୍କ ଝିଆରୀ କହିଛନ୍ତି ଯେ, ତାଙ୍କ ମୃତ୍ୟୁ ବସ୍‌ ଦୁର୍ଘଟଣାରେ ହୋଇଛି । ବୟସାଧିକ୍ୟ ହେବା ସତ୍ତ୍ବେ ସେ ବହୁତ ଆକ୍ଟିଭ୍‌ ଥିଲେ । ମାତ୍ର ବସ୍‌ ଧକ୍କା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମାମଲାରେ 28 ବର୍ଷୀୟ ବସ୍‌ ଡ୍ରାଇଭର୍‌କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ନୋର୍‌ମା 60 ଦଶକରେ ଇଟାଲୀର ବ୍ୟବସାୟୀଙ୍କୁ ବିବାହ କରି ଫ୍ୟାସନ୍‌ ଇଣ୍ଡଷ୍ଟ୍ରିରୁ ଅଲ୍‌ବିଦା ନେଇଥିଲେ । ମାତ୍ର ଏହାପରେ ଇଟାଲୀର ମ୍ୟାଗଜିନ୍‌ ମେନ ବାବାଜର ପାଇଁ ସେ ଜର୍ଣ୍ଣାଲିଷ୍ଟ ରୂପେ କାର୍ଯ୍ୟ କରୁଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.