Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଘରେ ଶଙ୍ଖ ରଖିବା ଦ୍ବାରା କ’ଣ ଶୁଭଫଳ ମିଳିଥାଏ, ଜାଣନ୍ତୁ
ଧର୍ମ

ଘରେ ଶଙ୍ଖ ରଖିବା ଦ୍ବାରା କ’ଣ ଶୁଭଫଳ ମିଳିଥାଏ, ଜାଣନ୍ତୁ

December 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍‌ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ।

ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ। ଯେଉଁ ଘରେ ପ୍ରତ୍ୟେହ ସନ୍ଧ୍ୟା ସକାଳେ ଶଙ୍ଖନାଦ ହୁଏ, ସେହି ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ମାତ୍ର ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ବାମାବର୍ତ୍ତ ଶଙ୍ଖ ପୂଜା ପାଇଁ ସର୍ବୋତ୍କୃଷ୍ଟ।

କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ। ସେହିପରି  କେତେକ ଶଙ୍ଖର ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ। ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ଏତଦ୍‌ବ୍ୟତୀତ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି। ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଶ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

– ଯେଉଁ ଘରେ ବାସ୍ତୁଦୋଷ ଯୋଗୁଁ ନାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ସେହି ଘରର ଈଶାନ କୋଣରେ ଶଙ୍ଖ ବଜାଇବା ଦ୍ବାରା ସେହି ଘରର ବାସ୍ତୁଦୋଷ ଦୂର ହୋଇଥାଏ।

–  ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।

– ଶଙ୍ଖ ଧ୍ବନି ସାତ୍ତ୍ବିକ ଶକ୍ତି ସଂଚାର କରିଥାଏ।

ଓମ୍‌ ଧ୍ବନି ଭାରତୀୟ ସଂସ୍କୃତି ଶଙ୍ଖ ଶୁଭଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୫ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Latest News

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.