Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତକୁ ଶାସନ କରୁଥିବା ଇଷ୍ଟଇଣ୍ଡିଆ କମ୍ପାନୀର ମାଲିକ ଏବେ ଜଣେ ଭାରତୀୟ
ବିଶେଷ ଖବର

ଭାରତକୁ ଶାସନ କରୁଥିବା ଇଷ୍ଟଇଣ୍ଡିଆ କମ୍ପାନୀର ମାଲିକ ଏବେ ଜଣେ ଭାରତୀୟ

January 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିବା ଇଷ୍ଟଇଣ୍ଡିଆ କମ୍ପାନୀ ଏବେ ଭାରତୀୟଙ୍କ ହାତରେ। ଜଣେ ଭାରତୀୟ ଏବ ଏହି କମ୍ପାନୀର ଶାସନ ଦାୟିତ୍ୱରେ ଅଛନ୍ତି। ଯେଉଁ କମ୍ପାନୀ ଦିନେ ଭାରତକୁ ଶାସନ କରି ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଥିଲା। ସେହି କମ୍ପାନୀର ମାଲିକ ଏବେ ଜଣେ ଭାରତୀୟ। ଉଦ୍ୟୋଗପତି ସଞ୍ଜୀବ ମେହଟ୍ଟା ଆଜି ତାହାର ମାଲିକ ଅଛନ୍ତି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଏହି କମ୍ପାନୀ ସାମ୍ରାଜ୍ୟବାଦୀ ନୀତିରେ ଚାଲୁ ନାହିଁ। ଏହା ଏକ ବ୍ୟାବସାୟିକ କମ୍ପାନୀ ଭାବେ କାମ କରୁଛି। ଏହାର ମୁଖ୍ୟ ବ୍ୟବସାୟ ହେଉଛି ଚା’ ଏବଂ ମସଲା।

ଉଲ୍ଲେଖ ଯୋଗ୍ୟ ଯେ, ଇଷ୍ଟଇଣ୍ଡିଆ କମ୍ପାନୀ ୧୮୭୪ ମସିହା ପର୍ଯ୍ୟନ୍ତ ଭାରତରେ ଶାସନ କ୍ଷମତା ଉପଭୋଗ କରିଥିଲା। ଏହାପରେ ଏହି କ୍ଷମତା ବ୍ରିଟିଶ ରାଜ ପରିବାର ହାତକୁ ଚାଲିଯାଇଥିଲା ଏହା ପରେ୧୮୭୪ ଜୁନ୍‌ ୧ରେ କମ୍ପାନୀ ଔପଚାରିକ ଭାବେ ବନ୍ଦ ହୋଇଗଲା। କମ୍ପାନୀ ଦୀର୍ଘ ବର୍ଷ ଧରି ବନ୍ଦ ରହିବା ପରେ ପୁଣି ଥରେ ୨୦୦୩ରେ ଆରମ୍ଭ କରିବାର ପ୍ରସ୍ତାବ ଉଠିଲା। ଚା ଏବଂ କଫି କାରବାର ପାଇଁ ଏହାର ଶେୟାର ହୋଲଡର ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଆରମ୍ଭ କଲେ।

ତେବେ ଭାରତୀୟ ମୂଳ ଉଦ୍ୟୋଗୀ ସଞ୍ଜୀବ ମେହଟ୍ଟା ବହୁ ଚେଷ୍ଟା କରି ୨୦୦୫ରେ କମ୍ପାନୀକୁ ନିଜ ନାମରେ କରିଥିଲେ। ଏହା ପରେ ସେ ଚା, କଫି ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ବ୍ୟବସାୟ ଉପରେ ଧ୍ୟାନ ଦେଲେ। ଶେଷରେ ଏହାକୁ ସେ ସମ୍ପୂର୍ଣ୍ଣ କମ୍ପାନୀରେ ରୂପାନ୍ତରିତ କରିଦେଲେ।

ଏ ସମ୍ପର୍କରେ ସଞ୍ଜୀବ ମେହଟ୍ଟା କହିଛନ୍ତି ଯେ, “ଇଷ୍ଟ ଇଣ୍ଡିଆ କମ୍ପାନୀ ଆକ୍ରମଣାତ୍ମକ ହୋଇ ଏକ ସାମ୍ରାଜ୍ୟବାଦ ନୀତିକୁ ବିଶ୍ଵାସ କରି ଆସୁଥିଲା। କିନ୍ତୁ ବର୍ତ୍ତମାନର ଏହି କମ୍ପାନୀର ମୂଳଲକ୍ଷ୍ୟ ରହିଛି ସଦ୍‌ଭାବ।

ହେଲେ ଯେଉଁ କମ୍ପାନୀ ଭାରତକୁ ଗୋଲାମ କରି ରଖିଥିଲା, ତାହାର ମାଲିକ ହେବାର ଅଧିକାର ପାଇବା ଲାଗୁଛି ଯେମିତି ହଜାଇଥିବା ସାମ୍ରାଜ୍ୟ ଫେରି ଆସିଲା।” ତେବେ ବର୍ତ୍ତମାନ ଏହି କମ୍ପାନୀ ବ୍ୟବସାୟ କ୍ଷେତ୍ରରେ ବ୍ରିଟେନରେ ବହୁତ କ୍ଷାତି ଅର୍ଜ୍ଜନ କରିଛି।

ମେହଟ୍ଟା ମୁମ୍ବାଇରେ ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିଲେ। ୧୯୨୦ ମସିହାରେ ସଞ୍ଜୟ ମେହଟ୍ଟାଙ୍କ ଜେଜେ ବାପା ଗଫୁରଚନ୍ଦ ମେହଟ୍ଟା ୟୁରୋପରେ ହୀରା କାରବାର କରୁଥିଲେ। ଏହି କାରବାରକୁ ଆହୁରି ବ୍ୟାପକ କରିଥିଲେ ସଞ୍ଜୟଙ୍କ ପିତା ମହେନ୍ଦ୍ର। ୧୯୩୮ରେ ଗଫୁରଚନ୍ଦ ଭାରତ ଫେରି ଆସିଥିଲେ। ସଞ୍ଜୀବଙ୍କ ଶିକ୍ଷା ପ୍ରଥମେ ମୁମ୍ବାଇରେ ହୋଇଥିଲା। ପରେ ସେ ପଢିବା ପାଇଁ ଲସ୍‌ ଏଞ୍ଜଲ୍ସ ଚାଲିଯାଇଥିଲେ।

୧୯୮୩ରେ ସେ ବାପାଙ୍କ ବ୍ୟବସାୟ ସମ୍ଭାଳିବା ପରେ ଏହାକୁ ହଂକଂ ଏବଂ ଆମେରିକା ପର୍ଯ୍ୟନ୍ତ ବିସ୍ତାର କରିପାରିଥିଲେ। ଏହାପରେ ସେ ୧୯୮୯ରେ ଭାରତ ଛାଡ଼ି ଲଣ୍ଡନରେ ସ୍ଥାୟୀ ଭାବେ ରହିଲେ। ମେହଟ୍ଟା ନିଜ ପତ୍ନୀ ଏବଂ ପୁଅ ଅର୍ଜ୍ଜୁନ, ଝିଅ ଅନୁଷ୍କା ସହ ଲଣ୍ଡନରେ ରୁହନ୍ତି। ସେ ଭାରତରେ ମଧ୍ୟ ବ୍ୟବସାୟ ଜାରି ରଖିଛନ୍ତି।

ଭାରତୀୟ
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.