Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇ.ଏନ.ଏସ ଚିଲିକାରେ ପାସିଙ୍ଗ ଆଉଟ ପରେଡ଼ ଏବଂ ବିଦାୟକାଳୀନ ଉତ୍ସଵ ଅନୁଷ୍ଠିତ
ଆଜିର ଖବର

ଆଇ.ଏନ.ଏସ ଚିଲିକାରେ ପାସିଙ୍ଗ ଆଉଟ ପରେଡ଼ ଏବଂ ବିଦାୟକାଳୀନ ଉତ୍ସଵ ଅନୁଷ୍ଠିତ

January 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଆଇ.ଏନ.ଏସ ଚିଲିକାରେ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ ପରେଡ଼ ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରୁ ଭାରତୀୟ ନୌସେନା ଏବଂ ତଟ ରକ୍ଷକ ୦୧/୨୦ ବ୍ୟାଚର ୪୫୫ ଜଣ ପ୍ରଶିକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହୋଇ ସ୍ନାତକ ହାସଲ କରିଛନ୍ତି। ଏହା ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ଅନୁଷ୍ଠାନ ଆଇ.ଏନ.ଏସ ଚିଲିକାର ୧୨ ସପ୍ତାହର କୃତକାର୍ଯ୍ୟ ପ୍ରଶିକ୍ଷଣର ଅଂଶ ବିଶେଷ।

ଉକ୍ତ ପରେଡ଼ର ଭାଇସ ଆଡମିରାଲ ଏ.କେ ଚାୱଲା, ପିଭିଏସଏମ, ଏଭିଏସଏମ, ଏନଏମ, ଭିଏସଏମ, ଏଡ଼ିସି ଏବଂ ଦକ୍ଷିଣ ନୌସେନା କମାଣ୍ଡର କମାଣ୍ଡ ଇନ ଚିଫ ପତାକା ଅଧିକାରୀ ଆଦି ସମୀକ୍ଷା କରିଥିଲେ। ପତାକା ଅଧିକାରୀ ମେଧାବୀ ପ୍ରଶିକ୍ଷାର୍ଥୀମାନଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପେରେଡ଼ରେ ସ୍ମାର୍ଟ ଡ୍ରିଲ ଏବଂ ଗତିବିଧି ଲାଗି ଅଭିନନ୍ଦନ ଜଣାଇବାସହ ସେମାନଙ୍କୁ ନିଜ ବୃତ୍ତିରେ ସର୍ବୋଚ୍ଚ ଡିଗ୍ରୀ ବୃତ୍ତିଗତତା, ଜ୍ଞାନ ଏବଂ ଦକ୍ଷତା ବିକାଶ ପାଇଁ ଉତ୍ସାହିତ ମଧ୍ୟ କରିଥିଲେ।

ଏଥିସହ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଗୁଣବତ୍ତା ଉପରେ କୌଣସି ଆପତ୍ତି ନକରି ମହାମାରୀ କୋଭିଡର କଠୋର ନିୟମ ମଧ୍ୟରେ ସୁକ୍ଷ୍ମ ଯୁବକ ପ୍ରଶିକ୍ଷାର୍ଥୀମାନଙ୍କୁ ଗୋଟେ ଗୋଟେ ସାଗର ଯୋଦ୍ଧା ରୂପେ ପରିଣତ କରିପାରିଥିବାରୁ ପ୍ରଶିକ୍ଷକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।  ଭାରତୀୟ ନୌସେନାରୁ ଅଲବିନ କେ.ଆର, ମାଟ୍ରିକ ନିଯୁକ୍ତି(ଏମ.ଆର) ଏବଂ ତଟରକ୍ଷକରୁ ଅକ୍ଷୟ କୁମାର, ନାବିକ(ଘରୋଇ ଶାଖା) ନିଜ ନିଜ ବର୍ଗର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ହୋଇଛନ୍ତି।

ଏହା ପୂର୍ବରୁ ଜାନୁଆରୀ ୪ ତାରିଖରେ ମଧ୍ୟ ଆଡମିରାଲ ‘ଭାଲେଡ଼ିକଟୋରି ଉତ୍ସଵ’ ରେ ଯୋଗଦେଇଥିଲେ ଯେଉଁଥିରେ ପ୍ରଶିକ୍ଷାର୍ଥୀମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରାଯାଇଥଲା। ଏହି ପରିପ୍ରେକ୍ଷୀରେ ଆଇ.ଏନ.ଏସ ଚିଲିକାର କମାଣ୍ଡିଙ୍ଗ ଅଧିକାରୀ କୋମୋରେଡ ଋତୁରାଜ ସାହୁ ଏବଂ ଆଇ.ଏନ.ଏସ ଚିଲିକାର ଏନ.ଡବ୍ଲୁ.ଡବ୍ଲୁ.ଏ ର ସଭାପତି ସଂଗୀତା ସାହୁଙ୍କ ଉପସ୍ଥିତିରେ ଏକ ଦ୍ୱିଭାଷୀ ଇ- ପତ୍ରିକା ‘ଅଙ୍କୁର’ କୁ ଭାଇସ ଆଡ଼ମିରାଲ ଏ.କେ ଚାୱଲା ଏବଂ ଏନ.ଡବ୍ଲୁ.ଡବ୍ଲୁ.ଏ ଦକ୍ଷିଣାଞ୍ଚଳର ସଭାପତି ସ୍ୱପ୍ନା ଚାୱଲା ମିଳିତଭାବେ ଉନ୍ମୋଚିତ କରିଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ-୧୯ ନିୟମ ଅନୁଯାୟୀ ସମ୍ପାଦନ କରାଯାଇଥିଲା।

ଆଇ.ଏନ.ଏସ ଚିଲିକା ଭାରତୀୟ ନୌସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ପରିବାରଙ୍କୁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍

July 10, 2026

ସରକାର ନେଲେ ବଡ଼ ପଦକ୍ଷେପ: ଶସ୍ତା ହୋଇପାରେ ସ୍ମାର୍ଟଫୋନ୍, ଟିଭି ଏବଂ ଲାପଟପ୍

July 10, 2026

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026
Latest News

ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ପରିବାରଙ୍କୁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍

July 10, 2026

ସରକାର ନେଲେ ବଡ଼ ପଦକ୍ଷେପ: ଶସ୍ତା ହୋଇପାରେ ସ୍ମାର୍ଟଫୋନ୍, ଟିଭି ଏବଂ ଲାପଟପ୍

July 10, 2026

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.