ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ମାଙ୍କଡା ପଥର ଖଣି ମାଫିଆଙ୍କ ବେଳକୁ ବେଳ ଦୌରାତ୍ମ୍ୟ ବଢି ଚାଲିଛି। ସ୍ଥାନୀୟ ପ୍ରଶାସନକୁ ଖାତିର ନ କରି ସେମାନେ ବେଆଇନ ଭାବେ ମାଙ୍କଡା ପଥରକୁ ଚୋରି ଛୁପି ବିକ୍ରି କରି ଚାଲୁଛନ୍ତି। ଏହି ଖଣି ମାଫିଆଙ୍କ ଚୋରା କାରବାରକୁ ରୋକିବା ପାଇଁ ଚାନ୍ଦପୁର ପୋଲିସ ଚେଷ୍ଟା କରୁଛି।
ଆଜି ମୟୁରଝାଲିଆ ପଂଚାୟତ ବୋରବର ଝର ଗ୍ରାମ ନିକଟ ବେଆଇନ ପଥର ଖଣି ଉପରେ ଚାନ୍ଦପୁର ପୋଲିସ ଚଢାଉ କରିଛି। ହେଲେ ପୋଲିସଙ୍କ ଏହି ଚଢାଉ ଵେଳେ ଖଣି ମାଫିଆମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରିନଥିଲେ। ଏଥିରେ ପୋଲିସ ୫ ଜଣ ଖଣି ମାଫିଆଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରାକ୍ଟର ଏବଂ ୨ଟି ବାଇକ୍ ଜବତ କରିଛି।