Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ବିଜେପି ହାରୁଛି, ଓଡିଶାରେ ବିଜେଡିକୁ ମିଳିବ ୧୬, ବିଜେପିକୁ ୪ ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ- ନାଗପୁର ଟୁଡେ ର ରିପୋର୍ଟ
ବିଶେଷ ଖବର

ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ବିଜେପି ହାରୁଛି, ଓଡିଶାରେ ବିଜେଡିକୁ ମିଳିବ ୧୬, ବିଜେପିକୁ ୪ ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ- ନାଗପୁର ଟୁଡେ ର ରିପୋର୍ଟ

April 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏବେ ନିର୍ବାଚନ ଓ ନିର୍ବାଚନ ସର୍ବେକ୍ଷଣର ଋତୁ ଚାଲିଛି। ଭିନ୍ନ ଭିନ୍ନ ପ୍ରକାରର ସର୍ବେକ୍ଷଣ ଚାଲିଛି। ନିର୍ବାଚନ ସମୟରେ ଏ ସବୁ କରିବା ଆଦୌ ନୈତିକ ନୁହେଁ ଜାଣି ମଧ୍ୟ ଗଣମାଧ୍ୟମରେ ଏ ପ୍ରକାର ତାମସା ଚାଲିଛି। ଦଶ ହଜାର କି କୋଡିଏ ହଜାର ଲୋକଙ୍କ ମତ ଆଧାରରେ ଶହେ କୋଟି ଭୋଟରଙ୍କ ମତ ନିର୍ଣ୍ଣୟ କରାଯାଉଛି। ତେବେ ଏ ସଙ୍କ୍ରାନ୍ତରେ ନିର୍ବାଚନ କମିଶନଙ୍କ ମତ ବଡ ଅସ୍ପଷ୍ଟ । ଗୋଟେ ସମୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲାପରେ ଆଉ ଜନମତ ସର୍ବେକ୍ଷଣ କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶ ଥିଲା। ହେଲେ ସେ ନିର୍ଦ୍ଦେଶନାମାର ଭାଗ୍ୟ କଣ ସେକଥା କାହାକୁ ଜଣା ନାଇଁ। ଏବେ ଖୋଲାଖୋଲି ଜନମତକୁ ପ୍ରଭାବିତ କଲାପରି ବିଭିନ୍ନ ଟେଲିଭିଜନରେ ଜନମତ ସର୍ବେକ୍ଷଣ ପ୍ରକାଶିତ ହେଉଛି। ଗତ ସପ୍ତାହରେ ଏବିପି ଟେଲିଭିଜନ ତରଫରୁ ପତ୍ରକାରଙ୍କ ସର୍ଭେ ନାଁରେ ଏକ ସର୍ବେକ୍ଷଣ ପ୍ରକାଶ ପାଇଲା, ଯେଉଁଥିରେ ଟେଲିଭିଜନ ଚାନେଲର ଆଙ୍କର ଆମ ରାଜ୍ୟର ନିର୍ବାଚନ ଫଳ ଘୋଷଣା କରିଦେଲେ। ଆଜ୍ଞା ହଁ, ସେ ସିଧା କହିଲେ ଯେ ୧୩ ଟି ଲୋକସଭା ଆସନ (ପୂରା ନାଁ ନେଇ)ରେ ବିଜେପି, ୭ ଟି ଆସନରେ ବିଜେଡି ଓ ଗୋଟିଏ ଆସନରେ କଂଗ୍ରେସ ଜିତୁଛି। ଏମିତି ଦୁଃସାହସ କେବଳ ଆମ ଟେଲିଭିଜନ ଜଗତରେ ଇ ସମ୍ଭବ।

ଏମିତି ସର୍ବେକ୍ଷଣର ଭିଡ ଭିତରେ ନାଗପୁରରୁ ପ୍ରକାଶ ପାଉଥିବା ଇ-ଖବର କାଗଜ ଗତ ୨୮ ତାରିଖ ଦିନ ଏକ ସର୍ବେକ୍ଷଣର ଚମକପ୍ରଦ ରିପୋର୍ଟ ଛାପିଛି। ତେବେ ଏଥିରେ ଦାବି କରାଯାଇଛି ଯେ ଯେଉଁ ରିପୋର୍ଟ ଟି ପ୍ରକାଶ ପାଇଛି ତାହାର ଆଧାର ହେଉଛି ବିଜେପି ଓ ଆରଏସଏସ ର ଆଭ୍ୟନ୍ତରୀଣ ସର୍ବେକ୍ଷଣ। ଏକଥା ସତ ଯେ ନିର୍ବାଚନ ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜର କିଛି କିଛି ସର୍ଭେ କରାଇଥାନ୍ତି। ସେହି କ୍ରମରେ ନାଗପୁର ଟୁଡେ ର ସାମ୍ବାଦିକ ବିଜେପିର ଆଭ୍ୟନ୍ତରୀଣ ରିପୋର୍ଟ ପାଇ ଯାଇଛନ୍ତି ବୋଲି କହିଛନ୍ତି। ଏହି ଦୀର୍ଘ ରିପୋର୍ଟରେ ଯାହା କୁହା ଯାଇଛି, ସେଥିରେ ବିଜେପିର ନିଦ ହଜିଯିବା ସ୍ଵାଭାବିକ।

ବିଜେପି ମଇ ୨୩ ଫଳାଫଳ ବାହାରିଲା ବେଳକୁ ମାତ୍ର ୧୫୧ ଟି ଆସନରେ ଜିତିପାରେ ଓ ଏନଡିଏକୁ ମିଶାଇ ଏହି ସଂଖ୍ୟା ଅତି ବେଶୀରେ ୧୮୨ ହେବ ବୋଲି କୁହାଯାଇଛି। ଅର୍ଥାତ ସରକାର ଗଢିବାକୁ ଆବଶ୍ୟକ ହେଉଥିବା ୨୭୨ ସଂଖ୍ୟାରୁ ବିଜେପି ୯୦ ଆସନ ଦୂରତାରେ ରହିବ।  ଅପର ପକ୍ଷରେ କଂଗ୍ରେସ ଏହି ନିର୍ବାଚନରେ ୧୪୧ ଟି ଆସନ ପାଇବ, ହେଲେ ୟୁପିଏ ସଂଖ୍ୟାକୁ ମିଶାଇ ଏହାର ଆସନ ୨୧୬ ହୋଇପାରେ। ଅର୍ଥାତ ଦେଶରେ ଏକ ଝୁଲା ସଂସଦର ସମ୍ଭାବନା ସର୍ବାଧିକ। ଏଥିରେ ମମତା ବାନାର୍ଜୀଙ୍କ ତୃଣମୂଳ,  ନବୀନ ପଟ୍ଟନାୟକଙ୍କ ବିଜେଡି, ଚନ୍ଦ୍ରଶେଖର ରାଓଙ୍କ ଟିଏଏସଆର ଇତ୍ୟାଦି ଉପରେ ଭବିଷ୍ୟତ ସରକାରର ଭାଗ୍ୟ ନିର୍ଭର କରେ ବୋଲି ଏହି ସର୍ଭେରେ କୁହାଯାଇଛି। ଅନ୍ୟମାନଙ୍କ ଭିତରୁ ବିଜେଡି ୧୬,ତୃଣମୂଳ ୩୬, ସମାଜବାଦୀ ଓ ବହୁଜନ ସମାଜ ପାର୍ଟି ୪୬, ଟିଆରଏସ ୧୪, ୱାଇଏସଆର ୧୯ ଟି ଆସନ ପାଇବ ବୋଲି ଆଶା କରାଯାଏ।

ରାଜ୍ୟୱାରି ତାଲିକାରେ ଓଡିଶାରେ ବିଜେଡି ୧୬, ବିଜେପି ୪ ଓ କଂଗ୍ରେସ ଗୋଟିଏ ଆସନ ପାଇପାରେ ବୋଲି ବିଜେପି ନିଜର ଆକଳନ ପ୍ରକାଶ କରିଛି। (ଯଦି ଏହା ସତ୍ୟ ହୋଇଥାଏ) ଉତ୍ତର ପ୍ରଦେଶରେ ମହାଗଠବନ୍ଧନକୁ ୪୫, ବିଜେପି କୁ ୨୯ ଓ କଂଗ୍ରେସକୁ ୫ ଟି ଆସନ ମିଳିପାରେ। ବିହାରରେ ଏନଡିଏ କୁ ୨୨ ଓ ୟୁପିଏ କୁ ୧୮ ଆସନ ମିଳିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ତୃଣମୂଳକୁ ୩୬, ବିଜେପିକୁ ୨ ଓ ୟୁପିଏ କୁ ୪ ଆସନ ଯାଇପାରେ। ଦକ୍ଷିଣ ଭାରତରେ ଏନଡିଏ କୁ ବିଶେଷ କିଛି ଲାଭ ମିଳିବାର ନାହିଁ। ତାମିଲନାଡୁ ରେ ୟୁପିଏ ୩୪ ଓ ଏନଡିଏ ୫, କେରଳରେ ୟୁପିଏ ୧୩, ବାମମେଣ୍ଟ ୭, କର୍ଣ୍ଣାଟକରେ ୟୁପିଏ ୧୯, ଏନଡିଏ ୯ ଆସନର ଭାଗବଣ୍ଟା ସମ୍ଭାବନା ଅଛି।

ଏଠି ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୪ ସାଧାରଣ ନିର୍ବାଚନରେ କେବଳ ହିନ୍ଦୀ ଭାଷାଭାଷୀ ଓ ପଶ୍ଚିମ ଭାରତରୁ ବିଜେପି ୨୭୩ ଆସନ ପାଇଥିଲା। ଏଥର ପଶ୍ଚିମ ଭାରତରେ ଗତ ଥର ପରି ଫଳାଫଳ ହେବାର ସମ୍ଭାବନା ଦେଖାଯାଉନାହିଁ। ପଶ୍ଚିମରେ ମହାରାଷ୍ଟ୍ରରୁ ୟୁପିଏ ୨୦ ଓ ଏନଡିଏ ୨୮, ଗୁଜରାଟରୁ ୟୁପିଏ ୬, ଏନଡିଏ ୨୦, ଓ ରାଜସ୍ଥାନ ରୁ ୟୁପିଏ ୧୫ ତଥା ଏନଡିଏ ୧୦ ଆସନ ପାଇପାରନ୍ତି। ମଧ୍ୟପ୍ରଦେଶରେ ୟୁପିଏ ୧୪, ଏନଡିଏ ୧୫, ଛତିଶଗଡରେ ୟୁପିଏ ୯ ଓ ଏନଡିଏ ୨ ଆସନ ପାଇବେ ବୋଲି କୁହାଯାଇଛି।

ଏ ଲେଖାର ଆରମ୍ଭରୁ ଆମେ କହିଛୁ ଜନମତ ସର୍ବେକ୍ଷଣର ବିଶେଷ କୌଣସି ଜନାଧାର ନଥାଏ। କେବଳ ନିର୍ବାଚନୀ ମନୋରଞ୍ଜନ ଭାବରେ ଏ ପ୍ରକାର ଆକଳନକୁ ଦେଖିବା ଇ ଉତ୍ତମ ହେବ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ମେଳାରେ ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 16, 2025

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025

ଅକ୍ଟୋବର ମାସରେ ଓଡିଶାରେ ବାତ୍ୟା ହେବ କି ?? ଜାଣନ୍ତୁ କଣ ରହିଛି ସତ୍ୟତା

September 15, 2025
Latest News

ଘଡଘଡି ସହ ବର୍ଷାର ସମ୍ଭାବନା: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 16, 2025

ନକ୍ସଲ ବିରୋଧୀ ଅଭିଯାନ: ସିଆରପିଏଫ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

September 16, 2025

‘ଜାତୀୟ କୃଷି ସମ୍ମିଳନୀ-ରବି ଅଭିଯାନ ୨୦୨୫’ ଉଦଘାଟିତ

September 16, 2025

ଲଞ୍ଚ ହେଲା ‘ବିକଶିତ ଭାରତ ପାଇଁ ଏଆଇ ରୋଡମ୍ୟାପ୍’ ଏବଂ ‘ଫ୍ରଣ୍ଟିୟର ଟେକ୍ ରିପୋଜିଟୋରୀ’

September 16, 2025

ନିଯୁକ୍ତି ମେଳାରେ ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.