Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ବିଜେପି ହାରୁଛି, ଓଡିଶାରେ ବିଜେଡିକୁ ମିଳିବ ୧୬, ବିଜେପିକୁ ୪ ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ- ନାଗପୁର ଟୁଡେ ର ରିପୋର୍ଟ
ବିଶେଷ ଖବର

ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ବିଜେପି ହାରୁଛି, ଓଡିଶାରେ ବିଜେଡିକୁ ମିଳିବ ୧୬, ବିଜେପିକୁ ୪ ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ- ନାଗପୁର ଟୁଡେ ର ରିପୋର୍ଟ

April 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏବେ ନିର୍ବାଚନ ଓ ନିର୍ବାଚନ ସର୍ବେକ୍ଷଣର ଋତୁ ଚାଲିଛି। ଭିନ୍ନ ଭିନ୍ନ ପ୍ରକାରର ସର୍ବେକ୍ଷଣ ଚାଲିଛି। ନିର୍ବାଚନ ସମୟରେ ଏ ସବୁ କରିବା ଆଦୌ ନୈତିକ ନୁହେଁ ଜାଣି ମଧ୍ୟ ଗଣମାଧ୍ୟମରେ ଏ ପ୍ରକାର ତାମସା ଚାଲିଛି। ଦଶ ହଜାର କି କୋଡିଏ ହଜାର ଲୋକଙ୍କ ମତ ଆଧାରରେ ଶହେ କୋଟି ଭୋଟରଙ୍କ ମତ ନିର୍ଣ୍ଣୟ କରାଯାଉଛି। ତେବେ ଏ ସଙ୍କ୍ରାନ୍ତରେ ନିର୍ବାଚନ କମିଶନଙ୍କ ମତ ବଡ ଅସ୍ପଷ୍ଟ । ଗୋଟେ ସମୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲାପରେ ଆଉ ଜନମତ ସର୍ବେକ୍ଷଣ କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶ ଥିଲା। ହେଲେ ସେ ନିର୍ଦ୍ଦେଶନାମାର ଭାଗ୍ୟ କଣ ସେକଥା କାହାକୁ ଜଣା ନାଇଁ। ଏବେ ଖୋଲାଖୋଲି ଜନମତକୁ ପ୍ରଭାବିତ କଲାପରି ବିଭିନ୍ନ ଟେଲିଭିଜନରେ ଜନମତ ସର୍ବେକ୍ଷଣ ପ୍ରକାଶିତ ହେଉଛି। ଗତ ସପ୍ତାହରେ ଏବିପି ଟେଲିଭିଜନ ତରଫରୁ ପତ୍ରକାରଙ୍କ ସର୍ଭେ ନାଁରେ ଏକ ସର୍ବେକ୍ଷଣ ପ୍ରକାଶ ପାଇଲା, ଯେଉଁଥିରେ ଟେଲିଭିଜନ ଚାନେଲର ଆଙ୍କର ଆମ ରାଜ୍ୟର ନିର୍ବାଚନ ଫଳ ଘୋଷଣା କରିଦେଲେ। ଆଜ୍ଞା ହଁ, ସେ ସିଧା କହିଲେ ଯେ ୧୩ ଟି ଲୋକସଭା ଆସନ (ପୂରା ନାଁ ନେଇ)ରେ ବିଜେପି, ୭ ଟି ଆସନରେ ବିଜେଡି ଓ ଗୋଟିଏ ଆସନରେ କଂଗ୍ରେସ ଜିତୁଛି। ଏମିତି ଦୁଃସାହସ କେବଳ ଆମ ଟେଲିଭିଜନ ଜଗତରେ ଇ ସମ୍ଭବ।

ଏମିତି ସର୍ବେକ୍ଷଣର ଭିଡ ଭିତରେ ନାଗପୁରରୁ ପ୍ରକାଶ ପାଉଥିବା ଇ-ଖବର କାଗଜ ଗତ ୨୮ ତାରିଖ ଦିନ ଏକ ସର୍ବେକ୍ଷଣର ଚମକପ୍ରଦ ରିପୋର୍ଟ ଛାପିଛି। ତେବେ ଏଥିରେ ଦାବି କରାଯାଇଛି ଯେ ଯେଉଁ ରିପୋର୍ଟ ଟି ପ୍ରକାଶ ପାଇଛି ତାହାର ଆଧାର ହେଉଛି ବିଜେପି ଓ ଆରଏସଏସ ର ଆଭ୍ୟନ୍ତରୀଣ ସର୍ବେକ୍ଷଣ। ଏକଥା ସତ ଯେ ନିର୍ବାଚନ ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜର କିଛି କିଛି ସର୍ଭେ କରାଇଥାନ୍ତି। ସେହି କ୍ରମରେ ନାଗପୁର ଟୁଡେ ର ସାମ୍ବାଦିକ ବିଜେପିର ଆଭ୍ୟନ୍ତରୀଣ ରିପୋର୍ଟ ପାଇ ଯାଇଛନ୍ତି ବୋଲି କହିଛନ୍ତି। ଏହି ଦୀର୍ଘ ରିପୋର୍ଟରେ ଯାହା କୁହା ଯାଇଛି, ସେଥିରେ ବିଜେପିର ନିଦ ହଜିଯିବା ସ୍ଵାଭାବିକ।

ବିଜେପି ମଇ ୨୩ ଫଳାଫଳ ବାହାରିଲା ବେଳକୁ ମାତ୍ର ୧୫୧ ଟି ଆସନରେ ଜିତିପାରେ ଓ ଏନଡିଏକୁ ମିଶାଇ ଏହି ସଂଖ୍ୟା ଅତି ବେଶୀରେ ୧୮୨ ହେବ ବୋଲି କୁହାଯାଇଛି। ଅର୍ଥାତ ସରକାର ଗଢିବାକୁ ଆବଶ୍ୟକ ହେଉଥିବା ୨୭୨ ସଂଖ୍ୟାରୁ ବିଜେପି ୯୦ ଆସନ ଦୂରତାରେ ରହିବ।  ଅପର ପକ୍ଷରେ କଂଗ୍ରେସ ଏହି ନିର୍ବାଚନରେ ୧୪୧ ଟି ଆସନ ପାଇବ, ହେଲେ ୟୁପିଏ ସଂଖ୍ୟାକୁ ମିଶାଇ ଏହାର ଆସନ ୨୧୬ ହୋଇପାରେ। ଅର୍ଥାତ ଦେଶରେ ଏକ ଝୁଲା ସଂସଦର ସମ୍ଭାବନା ସର୍ବାଧିକ। ଏଥିରେ ମମତା ବାନାର୍ଜୀଙ୍କ ତୃଣମୂଳ,  ନବୀନ ପଟ୍ଟନାୟକଙ୍କ ବିଜେଡି, ଚନ୍ଦ୍ରଶେଖର ରାଓଙ୍କ ଟିଏଏସଆର ଇତ୍ୟାଦି ଉପରେ ଭବିଷ୍ୟତ ସରକାରର ଭାଗ୍ୟ ନିର୍ଭର କରେ ବୋଲି ଏହି ସର୍ଭେରେ କୁହାଯାଇଛି। ଅନ୍ୟମାନଙ୍କ ଭିତରୁ ବିଜେଡି ୧୬,ତୃଣମୂଳ ୩୬, ସମାଜବାଦୀ ଓ ବହୁଜନ ସମାଜ ପାର୍ଟି ୪୬, ଟିଆରଏସ ୧୪, ୱାଇଏସଆର ୧୯ ଟି ଆସନ ପାଇବ ବୋଲି ଆଶା କରାଯାଏ।

ରାଜ୍ୟୱାରି ତାଲିକାରେ ଓଡିଶାରେ ବିଜେଡି ୧୬, ବିଜେପି ୪ ଓ କଂଗ୍ରେସ ଗୋଟିଏ ଆସନ ପାଇପାରେ ବୋଲି ବିଜେପି ନିଜର ଆକଳନ ପ୍ରକାଶ କରିଛି। (ଯଦି ଏହା ସତ୍ୟ ହୋଇଥାଏ) ଉତ୍ତର ପ୍ରଦେଶରେ ମହାଗଠବନ୍ଧନକୁ ୪୫, ବିଜେପି କୁ ୨୯ ଓ କଂଗ୍ରେସକୁ ୫ ଟି ଆସନ ମିଳିପାରେ। ବିହାରରେ ଏନଡିଏ କୁ ୨୨ ଓ ୟୁପିଏ କୁ ୧୮ ଆସନ ମିଳିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ତୃଣମୂଳକୁ ୩୬, ବିଜେପିକୁ ୨ ଓ ୟୁପିଏ କୁ ୪ ଆସନ ଯାଇପାରେ। ଦକ୍ଷିଣ ଭାରତରେ ଏନଡିଏ କୁ ବିଶେଷ କିଛି ଲାଭ ମିଳିବାର ନାହିଁ। ତାମିଲନାଡୁ ରେ ୟୁପିଏ ୩୪ ଓ ଏନଡିଏ ୫, କେରଳରେ ୟୁପିଏ ୧୩, ବାମମେଣ୍ଟ ୭, କର୍ଣ୍ଣାଟକରେ ୟୁପିଏ ୧୯, ଏନଡିଏ ୯ ଆସନର ଭାଗବଣ୍ଟା ସମ୍ଭାବନା ଅଛି।

ଏଠି ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୪ ସାଧାରଣ ନିର୍ବାଚନରେ କେବଳ ହିନ୍ଦୀ ଭାଷାଭାଷୀ ଓ ପଶ୍ଚିମ ଭାରତରୁ ବିଜେପି ୨୭୩ ଆସନ ପାଇଥିଲା। ଏଥର ପଶ୍ଚିମ ଭାରତରେ ଗତ ଥର ପରି ଫଳାଫଳ ହେବାର ସମ୍ଭାବନା ଦେଖାଯାଉନାହିଁ। ପଶ୍ଚିମରେ ମହାରାଷ୍ଟ୍ରରୁ ୟୁପିଏ ୨୦ ଓ ଏନଡିଏ ୨୮, ଗୁଜରାଟରୁ ୟୁପିଏ ୬, ଏନଡିଏ ୨୦, ଓ ରାଜସ୍ଥାନ ରୁ ୟୁପିଏ ୧୫ ତଥା ଏନଡିଏ ୧୦ ଆସନ ପାଇପାରନ୍ତି। ମଧ୍ୟପ୍ରଦେଶରେ ୟୁପିଏ ୧୪, ଏନଡିଏ ୧୫, ଛତିଶଗଡରେ ୟୁପିଏ ୯ ଓ ଏନଡିଏ ୨ ଆସନ ପାଇବେ ବୋଲି କୁହାଯାଇଛି।

ଏ ଲେଖାର ଆରମ୍ଭରୁ ଆମେ କହିଛୁ ଜନମତ ସର୍ବେକ୍ଷଣର ବିଶେଷ କୌଣସି ଜନାଧାର ନଥାଏ। କେବଳ ନିର୍ବାଚନୀ ମନୋରଞ୍ଜନ ଭାବରେ ଏ ପ୍ରକାର ଆକଳନକୁ ଦେଖିବା ଇ ଉତ୍ତମ ହେବ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

May 1, 2026

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026
Latest News

ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସର ୨୦ଟି ବର୍ଦ୍ଧିତ କୋଚର ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ

May 1, 2026

ଇଗ୍ନୋ, ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ଵାରା କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ୍ ଆୟୋଜିତ

May 1, 2026

ଭୁବନେଶ୍ୱରରେ “ପ୍ରଶାସନ ପାଇଁ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ” ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ

May 1, 2026

ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

May 1, 2026

ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.