Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିଏମସି କରୁଛି ଏକ ବିଶାଳ ରାଲି, ହେଲେ ସେହି ଅଞ୍ଚଳର ଦୁଇଜଣ ସାଂସଦକୁ ଡାକିଲେ ନାହିଁ ମମତା, କାରଣ?
ଜାତୀୟ ଖବର

ଟିଏମସି କରୁଛି ଏକ ବିଶାଳ ରାଲି, ହେଲେ ସେହି ଅଞ୍ଚଳର ଦୁଇଜଣ ସାଂସଦକୁ ଡାକିଲେ ନାହିଁ ମମତା, କାରଣ?

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବେଶ୍ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଆଜି ନନ୍ଦିଗ୍ରାମରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ। ହେଲେ ଏହି ରାଲିରେ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀଙ୍କୁ ଯୋଗଦେବା ପାଇଁ ଡକାଯାଇ ନାହିଁ। ତ୍ରୁଣମୂଳ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ଜାଣିଶୁଣି ଏଥିରୁ ଦୂରେଇ ଦିଆଯାଇଛି।

ପଶ୍ଚିମବଙ୍ଗର କାନ୍ଥିରୁ ସାଂସଦ ଥିବା ଶିଶିର ଅଧିକାରୀ ନିକଟରେ ଟିଏମସି ବିରୋଧରେ ଖୋଲାଖୋଲି ବିବୃତ୍ତି ଦେଇଛନ୍ତି। ଏହା ବ୍ୟତୀତ ତାମଲୁକ ଲୋକସଭାର ସାଂସଦ ଦେବେନ୍ଦୁ ଅଧିକାରୀ ମଧ୍ୟ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି। ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ରାଗିବା ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ସମ୍ଭାବନା ରହିଛି। ତେବେ ସେମାନେ ବିଜେପିକୁ ଯିବା ପୂର୍ବରୁ ମମତା ଉଭୟଙ୍କୁ ଦଳରୁ ଅଲଗା କରିଦେଇଛନ୍ତି।

ପଶ୍ଚିମବଂଗ ରାଜନୀତିରେ ଅଧିକାରୀ ପରିବାରର ଦବଦବା ରହିଆସିଛି। ଏପରିକି ଏହି ପରିବାର ଟିଏମସି ତଥା ମମତାଙ୍କ ପାଖେପାଖେ ରହି ସବୁ ପ୍ରକାରର ସହାର୍ଯ୍ୟ କରି ଆସିଛନ୍ତି। ହେଲେ ନିକଟରେ ଏହି ପରିବାରର ଶୁଭେନ୍ଦୁ ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀ ଟିଏମସି ବିରୋଧରେ ଏପରି ମତ ରଖିବାରୁ ସେମାନେ ମଧ୍ୟ ବିଜେପି ମୁହାଁ ହେବେ ବୋଲି ମମତା ଭାବି ନେଇଛନ୍ତି। ଏଭଳି ପରିସ୍ଥିତିରେ ଟିଏମସି ବର୍ତ୍ତମାନ ଅଧିକାରୀ ପରିବାରଠାରୁ ଦୂରତା ରଖିବାକୁ ମଧ୍ୟ ଚାହୁଁଛି।

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ରାଲିରେ ଅଧିକାରୀ ପରିବାର ଉପରେ ପ୍ରଥମ ଆକ୍ରମଣ କରିଛନ୍ତି। ଆଜି ଅପରାହ୍ନରେ ହେବାକୁ ଥିବା ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଧିକାରୀ ପରିବାର ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଏକ ଗଡ଼ ଭାବରେ ପରିଗଣିତ। ତାଙ୍କ ଗଡରେ ମମତା ବାନାର୍ଜି ଏପରି ସଭା କରିବା ନେଇ  ଟିଏମସି ସମର୍ଥକମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।

 

କୋଲକାତା ମମତା ବାନାର୍ଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.