Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଆଉ ଏକ ଦୁର୍ନୀତିର ଗୁମର ଖୋଲିଲା: ବିଧବା ଭତ୍ତା ପାଉଛନ୍ତି ମୃତ ମହିଳା
ଆଜିର ଖବର

ବାଣପୁରରେ ଆଉ ଏକ ଦୁର୍ନୀତିର ଗୁମର ଖୋଲିଲା: ବିଧବା ଭତ୍ତା ପାଉଛନ୍ତି ମୃତ ମହିଳା

January 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମୃତ ବ୍ୟକ୍ତି ପାଉଛନ୍ତି ବିଧବା ଭତ୍ତା। ପ୍ରସଙ୍ଗଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତରେ ଏପରି ଏକ ମହା ଦୁର୍ନୀତି ନଜରକୁ ଆସିଛି।

ସୂଚନା ମୁତାବକ ତୋରସିଂହ ପଞ୍ଚାୟତ ରୋପଡ଼ା ଗ୍ରାମର ହେମଲତା ବେୱାଙ୍କ ମୃତ୍ୟୁ ବହୁ ମାସ ପୂର୍ବରୁ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ମାସିକ ବିଧବା ଭତ୍ତା ମିଳୁଥିବାର ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମୃତକ ବ୍ୟକ୍ତିଙ୍କୁ ବିଧବା ଭତ୍ତା କିପରି ମିଳୁଛି ଏବଂ ଭତ୍ତା ନେଉଛି କିଏ?

ହସ୍ତଗତ ତଥ୍ୟ ମୁତାବକ ଚଳିତ ମାସ ୧୮ ତାରିଖରେ ମୃତ ହେମଲତା ବେୱାଙ୍କୁ ବିଧବା ଭତ୍ତା ଟଙ୍କା ମିଳିଛି। ତେବେ ନିୟମ ମୁତାବକ ଯଦି ପଞ୍ଚାୟତରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଏବାବଦରେ ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ହିତାଧିକାରୀ ପାଉଥିବା ସମସ୍ତ ସରକାରୀ ସୁବିଧାକୁ ବନ୍ଦ କରିଥାନ୍ତି।

ଦ୍ଵିତୀୟତଃ ଭତ୍ତା ଟଙ୍କା ପାଇବା ପୂର୍ବରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଉଭୟେ ଚି଼ହ୍ନଟ କରି ଭତ୍ତା କାର୍ଡ ଏବଂ ସ୍ଵାକ୍ଷର ଯାଞ୍ଚ କରିବେ। ଏହାପରେ ମିଳିତଭାବେ ସ୍ଵାକ୍ଷର କଲା ପରେ ହିତାଧିକାରୀଙ୍କୁ ପଇସା ମିଳିଥାଏ। ତେବେ ତୋରସିଂହ ପଞ୍ଚାୟତରେ ଏପରି ଜଘନ୍ୟ କାମ ଚାଲିଛି କିପରି? ମାସ ମାସ ଧରି ହିତାଧିକାରୀଙ୍କ ମୃତ୍ୟୁ ପରେ ବି ସରକାରୀ କର୍ମଚାରୀମାନେ ସେମାନଙ୍କ ଭତ୍ତା ଟଙ୍କା କିପରି ଅନ୍ୟକୁ ପ୍ରଦାନ କରୁଛନ୍ତି।

ଏତେ ସବୁ ଦୁର୍ନୀତି ହେଲାପରେ ବି କିପରି ସରପଞ୍ଚ ଜାଣିପାରୁନାହାନ୍ତି? କିପରି ପିଇଓ ମହାଶୟ ଏପରି ଦୁର୍ନୀତି କରିବାକୁ ସାହସ ପାଉଛନ୍ତି? ଏଠି ପିଇଓ, ଜି ଆର ଏସ୍ ଏବଂ ସରପଞ୍ଚଙ୍କ କାର୍ଯ୍ୟଦକ୍ଷତା ଏବଂ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏ ବିଷୟ ନେଇ ପିଇଓ ଅମୃତ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଜିଆରଏସ୍ ଜ୍ୟୋତି ପ୍ରକାଶ ଦାସଙ୍କୁ ଯୋଗାଯୋଗ କରିବାରୁ ଏହା ଭୁଲରେ ହୋଇଯାଇଛି ବୋଲି ସେ ସ୍ୱୀକାର କରିଛନ୍ତି। ତେବେ ବାଣପୁର ବିଡ଼ିଓ ଡ଼. ଶୁଭଶ୍ରୀ ତ୍ରିପାଠୀଙ୍କୁ ଏବିଷୟ ନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ନିକଟରେ ସେ ଏପରି ଅଭିଯୋଗ ପାଇଛନ୍ତି ଏବଂ ଏବାବଦକୁ ଉଭୟ ପିଇଓ ଏବଂ ଜି ଆର ଏସ୍ ଙ୍କୁ ସେ ଲିଖିତ ଆକାରରେ ସ୍ପଷ୍ଟୀକରଣ ମାଗିଛନ୍ତି।

ଯଦି ଏପରି ଅନିୟମିତତା ହୋଇଥିବାର ପ୍ରମାଣିତ ହୁଏ ତେବେ ନିଶ୍ଚିତ ରୂପେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିଶୃତି ଦେଇଛନ୍ତି। ତେବେ ବାଣପୁର ବ୍ଲକରେ ଏଭଳି ଦୁର୍ନୀତି ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ମୃତ ହିତାଧିକାରୀଙ୍କ ରାସନ କାର୍ଡ ଏବଂ ଭତ୍ତା ଖାତା ଟିକନିଖ ଭାବେ ଯାଞ୍ଚ କରାଯାଉ ବୋଲି ବିଡିଓଙ୍କୁ ସାଧାରଣରେ ଦାବି ହେଉଛି।

ଦୁର୍ନୀତି ବାଣପୁର ବିଧବା ଭତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.