କୃଷକ ଟ୍ରାକ୍ଟର ପରେଡ଼ରେ ହିଂସା: ଏହି ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କୁ ଜବାବ ମାଗିଲେ କଙ୍ଗନା ରଣାୱାତ

Published: Jan 26, 2021, 6:04 pm IST

ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ପରେଡ଼ରେ ପୋଲିସ ଏବଂ କୃଷକ ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡିଥିଲା। ଏପରିକି ଆନ୍ଦୋଳଙ୍କକାରୀଙ୍କୁ ରୋକିବା ପାଇଁ ଲୁହ ଗ୍ୟାସର ଗୁଳି ଛାଡିବାକୁ ପଡିଥିଲା ଏବଂ ଲାଠି ଚାର୍ଜ ମଧ୍ୟ କରିଥିଲା।

ସଂଘର୍ଷ ଭିତରେ କେତେଜଣ କୃଷକ ଲାଲ କିଲାରେ ପହଞ୍ଚିଯାଇଥିଲା। ଏନେଇ ଅଭିନେତ୍ରୀ କଙ୍ଗନା ରଣାୱାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏବେ ସେ ଦିଲଜିତ ଦୋସାଞ୍ଝ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ଉତ୍ତର ମାଗିଛନ୍ତି। କଙ୍ଗନା ନିଜର ଟୁଇଟରେ ଲେଖିଛନ୍ତି ଯେ, ଦିଲଜିତ ଏବଂ ପ୍ରିୟଙ୍କା ଏହା ଉପରେ ମତାମତ ରଖିବା ଜରୁରୀ। ଆଜି ସମଗ୍ର ଦୁନିଆ ଆମ ଉପରେ ହସୁଛି। ଏହା ତୁମ ମାନଙ୍କୁ ଦରକାର ଥିଲା ନା। ଧନ୍ୟବାଦ।

ସୂଚନା ଯୋଗ୍ୟ ଯେ, କୃଷକ ଆନ୍ଦୋଳନକୁ ନେଇ ଏମାନଙ୍କ ମଧ୍ୟରେ ପୂର୍ବରୁ ବହୁ ଟୁଇଟ ଯୁଦ୍ଧ ହୋଇଥିଲା। ଦିଲଜିତ ଏବଂ ପ୍ରିୟଙ୍କା କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କଙ୍ଗନା ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଆଜିର କୃଷକ ଟ୍ରାକ୍ଟର ପରେଡ଼ ସମୟରେ ହୋଇଥିବା ହିଂସା ଉପରେ ଏହି ଦୁଇ କଳାକାର ଏପର୍ଯ୍ଯନ୍ତ କିଛି ମତାମତ ରଖିନାହାନ୍ତି।

Related posts