ରାଠୋର୍‌ଙ୍କୁ ଟକ୍କର ଦେବେ କ୍ରିଷ୍ଣା : ଜୟପୁର ଗ୍ରାମୀଣ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିବେ

Published: Apr 2, 2019, 3:42 pm IST
RAJYABARDHAN SINGH CONTESTS WITH KRISHNA

ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ତାଙ୍କ ବିରୋଧରେ ଜଣେ କ୍ରୀଡ଼ାବିତ୍‌ଙ୍କୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟିନୀ କ୍ରିଷ୍ଣା ପୁନିଆ ନିକଟରେ କଂଗ୍ରେସରୁ ଟିକେଟ ପାଇଛନ୍ତି। କଂଗ୍ରେସ ତାଙ୍କୁ ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ରାଠୋରଙ୍କ ବିରୋଧରେ ପ୍ରାର୍ଥୀ କରିଛି। କ୍ରିଷ୍ଣା ଡିସ୍‌କସ୍‌ ଥ୍ରୋରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।  ଅନ୍ୟପଟେ ରାଠୋର ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। କ୍ରିଷ୍ଣାଙ୍କ ସମେତ କଂଗ୍ରେସ ଗୁଜରାଟର ୬, ମହରାଷ୍ଟ୍ରର ୨ଟି ଏବଂ ଗୁଜରାଟର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଲୋକସଭା ନିର୍ବାଚନ ଲାଗି ବିଭିନ୍ନ ରାଜ୍ୟରେ ୩୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

Related posts