ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ଅବସ୍ଥିତ ସିବିଏସଇ କାର୍ଯ୍ୟାଳୟରେ ତାଲା ପକାଯାଇଛି । ପରୀକ୍ଷାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇଛନ୍ତି । ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ପ୍ରଶ୍ନ ସିଲାବସ ବାହାରୁ ଆସିଥିବା ଅଭିଯୋଗ ହୋଇଥିଲା । ପରୀକ୍ଷାର ହିନ୍ଦୀ, ଗଣିତ, ବିଜ୍ଞାନ ବିଷୟର କିଛି ପ୍ରଶ୍ନପତ୍ର ପାଠ୍ୟକ୍ରମ ସହ ଜଡିତ ନଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଗ୍ରେସ ମାର୍କ ଦେବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କର୍ତ୍ତୃପକ୍ଷ ଏନେଇ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ଆଜି ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇଛନ୍ତି ।
Tags: