ଆପ୍‌ରେ ଯୋଗ ଦେଲେ କ୍ୟାପ୍‌ଟେନ୍‌ ଶାଳିନୀ ସିଂ

Published: Apr 2, 2019, 4:21 pm IST
salini singh join in aap

ଭାରତୀୟ ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ଶାଳିନୀ ସିଂ ଆପ୍‌ରେ ଯୋଗ ଦେଇଛନ୍ତି । ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ଶ୍ରୀମତୀ ସିଂ ଦଳରେ ଯୋଗଦାନ କରିଛନ୍ତି । ମଙ୍ଗଳବାର ଶ୍ରୀମତି ସିଂ ଯାେଗଦେବା ପରେ ଆପ୍‌ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି, ଭାରତୀୟ ସେନାର ଭେଟେରାନ୍‌ ଶାଳିନୀ ସିଂ ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ସ୍ବାଗତ କରାଯାଉଛି । ତାଙ୍କୁ ଦଳରେ ପାଇ ଆପ୍‌ ଗର୍ବିତ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ଯୋଗଦାନ ପରେ ଶାଳିନୀ ସିଂ କହିଛନ୍ତି, ମୁଁ ଏପରି ଏକ ପରିବେଶରୁ ଆସିଛି ଯେଉଁଠି ନିଜଠୁ ଆଗରେ ଆମେ ଦେଶକୁ ରଖିଥାଉ । ବିଗତ ୪ ବର୍ଷ ମଧ୍ୟରେ ଦିଲ୍ଲୀର ବିକାଶ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପ୍ରଦର୍ଶନ ମୋତେ ଆପ୍‌ରେ ଯୋଗ ଦେବା ପାଇଁ ପ୍ରେରଣା ଦେଇଛି ।

Related posts