ଅଜୟଙ୍କ ଜନ୍ମଦିବସରେ ରିଲିଜ୍‌ ହେଲା ‘ଦେ ଦେ ପ୍ୟାର୍‌ ଦେ’ର ଟ୍ରେଲର୍‌

Published: Apr 2, 2019, 4:15 pm IST
De De Pyaar De trailer out

ଟୋଟାଲ ଧମାଲ ପରେ ଅଜୟ ଦେବଗନଙ୍କ ‘ଦେଦେ ପ୍ୟାର୍‌ ଦେ’ ଆସିବାକୁ ରହିଛି ।  ଏହି ଫିଲ୍ମରେ ଅଜୟ ନିଜ ବୟସ ଠାରୁ ଅଧା ବୟସର ନାୟିକାଙ୍କୁ ନିଜର ଗର୍ଲଫ୍ରେଣ୍ଡ କରିଛନ୍ତି । ଅଜୟ ଦେବଗନଙ୍କ ୫୦ ତମ ଜନ୍ମ ଦିବସରେ ତାଙ୍କ ଅଭିନୀତ ଫିଲ୍ମ ଦେ ଦେ ପ୍ୟାର ଦେ ଟ୍ରେଲର ରିଲିଜ ହୋଇଛି । ଫ୍ୟାମିଲି କମେଡି ଡ୍ରାମା ଫିଲ୍ମରେ ଅଜୟ ଦେବଗନଙ୍କୁ ଏପରି ଚରିତ୍ରରେ ଦେଖିବାକୁ ମିଳିବ।  ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ତବୁ, ରାକୁଲ୍‌ ପ୍ରୀତ୍‌ ସିଂହ, ଆଲୋକନାଥ, ଜାଭେଦ ଜାଫ୍‌ରୀ ପ୍ରମୁଖ ଅଭିନୟ କରିଛନ୍ତି । ୩ ମିନିଟ୍‌ ୧୭ ସେକେଣ୍ଡର ଏହି ଟ୍ରେଲର୍‌କୁ ଦେଖିଲେ  ଫିଲ୍ମଟି କମେଡ଼ି ଓ ରୋମାନ୍ସରେ ଭରପୂର ବୋଲି ଜଣାପଡୁଛି । ମେ ୧୭ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅକିଭ୍‌ ଅଲ୍ଲୀ ଦେଇଥିବାବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଲଭ୍‌ ରଂଜନ । ପୂର୍ବରୁ ଲଭ ରଂଜନଙ୍କ ‘ପ୍ୟାର୍‌ କେ ପଞ୍ଚନାମା’ ଓ ‘ସୋନୁ କେ ଟ୍ବିଟି କେ ସ୍ବିଟି’ ଫିଲ୍ମ ବହୁତ ଲୋକପ୍ରିୟତା ପାଇଛି ।

Related posts