Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଟେଷ୍ଟ: ୨୨୭ ରନରେ ଭାରତକୁ ହରାଇଲା ଭ୍ରମଣକାରୀ ଇଂଲଣ୍ଡ ଦଳ
ଆଜିର ଖବର

ପ୍ରଥମ ଟେଷ୍ଟ: ୨୨୭ ରନରେ ଭାରତକୁ ହରାଇଲା ଭ୍ରମଣକାରୀ ଇଂଲଣ୍ଡ ଦଳ

February 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟ ଲାଭ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ସଂଗ୍ରହ କରିଥିଲା। ଜବାବରେ ବିରାଟ ବାହିନୀ ପ୍ରଥମ ଇନିଂସରେ ମାତ୍ର ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଅଗ୍ରଣୀ ରହିଥିଲା।

ଭାରତକୁ ଫାଲୋଅନ ନ ଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୭୮ ରନରେ ସମସ୍ତ ୱିକେଟ ହରାଇଥିଲା ଏବଂ ଭାରତକୁ ବିଜୟ ପାଇଁ ୪୨୦ ରନର ଲକ୍ଷ୍ୟ ଦେଇଥିଲା। ହେଲେ ଭାରତ ଆଜି ପଞ୍ଚମ ଦିନରେ ସମସ୍ତ ୱିକେଟ ହରାଇ ୧୯୨ ରନରେ ସୀମିତ ରହିଥିଲା। ଯାହାଫଳରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ ବ୍ୟବଧାନରେ ବିଜୟ ଲାଭ କରିଛି।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୭୨ ରନ କରିଥିବା ବେଳେ ଶୁବମାନ ଗିଲ ୫୦ ରନ ସଂଗ୍ରହ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ଖେଳ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିନଥିଲେ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲିଚ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡର୍ସନ ୩ ଟି ଏବଂ ଯୋଫ୍ରା ଆର୍ଚର, ଡମ ବେସ ଏବଂ ବେନ ଷ୍ଟ୍ରୋକ୍ସ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଚେନ୍ନାଇ ପ୍ରଥମ ଟେଷ୍ଟ ଭାରତ-ଇଂଲଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Latest News

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.