ନମୋ ଟିଭିକୁ ନେଇ ନିର୍ବାଚନ କମିଶନଙ୍କ ଜବାବ

Published: Apr 3, 2019, 2:36 pm IST

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନମୋ ଟିଭିର ଲଞ୍ଚ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ ଜାରି କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ଉତ୍ତର ରଖାଯାଇ କୁହାଯାଇଛି ଯେ, ଏହା ବିଜେପି ପକ୍ଷରୁ ପ୍ରକାଶିତ କରାଯାଉଥିବା ଏକ କାର୍ଯ୍ୟକ୍ରମ ଏଥିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର କୌଣସି ଭୂମିକା ନାହିଁ । ନମୋ ଟିଭି ହେଉଛି ଏକ ୨୪ଘଣ୍ଟିଆ ଟିଭି ଚ୍ୟାନେଲ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ କ୍ୟାମ୍ପେନ୍‌କୁ ପ୍ରଚାର କରିବା ପାଇଁ ମାର୍ଚ୍ଚ ୩୧ରେ ଲଞ୍ଚ କରାଯାଇଥିଲା । ମାର୍ଚ୍ଚ୩୧ ତାରିଖରେ କାର୍ଯ୍ୟକ୍ରମ ପ୍ରସାରଣ ପରେ ଏହି ମାମଲା ନେଇ ଉଭୟ ଆପ୍‌ ଏବଂ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନାମରେ ଚାଲୁଥିବା ଏହି  ୨୪ଘଣ୍ଟିଆା ଚ୍ୟାନେଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ରହିଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଏବଂ ଲୋକସଭା ନିର୍ବାଚନ ରାଲି ଗୁଡିକର ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳୁଛି । ଏହା ସହିତ ବିଭିନ୍ନ ବିଜେପି ନେତାଙ୍କ ସାକ୍ଷାତ କାର ମଧ୍ୟ ଏହି ଚ୍ୟାନେଲରେ ଦେଖିବାକୁ ମିଳୁଛି । ଆପ୍‌ ଲିଗାଲ୍‌ ସେଲ୍‌ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଲେଖା ଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ସାରିବା ପରେ ବିଜେପି କିଭଳି ଭାବରେ ଏହି ଚ୍ୟାନେଲର ଲଞ୍ଚ କରିପାରିଲା । ସେହିପରି ଦୂରଦର୍ଶନରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମେ ଭି ଚୌକିଦାର କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି ।

Related posts