Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୁଲଓ୍ୱାମା ଆକ୍ରମଣ ଘଟଣା: ବାଣପୁରରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଆଞ୍ଚଳିକ

ପୁଲଓ୍ୱାମା ଆକ୍ରମଣ ଘଟଣା: ବାଣପୁରରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

February 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏଯାଏଁ ବି ଲୋକଙ୍କ ମନରୁ ଏହି ଘଟଣା ଲିଭି ପାରିନାହିଁ।

ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା। ଏହି ଘଟଣାକୁ ମନେ ପକାଇବା ସହ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଆଜି ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମର ଚତୁପାର୍ଶ୍ଵରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏହି ଗ୍ରାମର ସଞ୍ଜୟ ସ୍ମାରକୀ କ୍ରିକେଟ କ୍ଲବ ପକ୍ଷରୁ ଶହୀଦ ବୀର ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶହିଦ୍ ହୋଇ ଥିବା ବୀର ଯବାନମାନଙ୍କୁ ସ୍ମୃତି ଚାରଣ କରିବା ସହ ସେମାନେ ସର୍ବଦା ଅମର ହୋଇ ରହିବେ ବୋଲି କ୍ଳବର ସଦସ୍ୟ ମାନେ ଭାବ ବିହ୍ଵଳ ହୋଇ ପ୍ରକାଶ କରିଥିଲେ।

ଆତଙ୍କବାଦୀ ଆକ୍ରମଣ ବାଣପୁର ବ୍ଲକ ବୋରିଗାଁ ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026

ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.