ନିର୍ବାଚନ ଜିଣିବା ପାଇଁ ଉତ୍ତର ପୂର୍ବାଞ୍ଚଳରେ ବିଜେପି ପ୍ରଚୁର ଅର୍ଥବଳ ଉପଯୋଗ କରୁଛି : କଂଗ୍ରେସ

Published: Apr 3, 2019, 2:37 pm IST
bjp playing money power

ଉତ୍ତର ପୂର୍ବାଞ୍ଚଳ ଇଲାକାରେ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଅର୍ଥବଳର ଉପଯୋଗ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି । ବୁଧବାର କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ଏକ ଭିଡିଓରେ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ କାର୍‌ରେ ଅର୍ଥ ନେଇ ବଣ୍ଟାଚାଲିଥିବାର ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦି ପାସିଘାଟରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାର ଠିକ୍‌ ପୂର୍ବରୁ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା ନେଇ କଂଗ୍ରସ ଅଭିଯୋଗ ଆଣିଛି । ମୋଦିଙ୍କ ରାଲି ସମୟରୀେ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏବଂ ପ୍ରିୟଙ୍କା ଚତୁର୍ବେଦୀ ଉପସ୍ଥିତ ଥିଲେ । ଶ୍ରୀ ସୁର୍ଜେଓ୍ବାଲା ପ୍ରଶ୍ନ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ଅର୍ଥବଣ୍ଟନରେ ସାମିଲ ହେଉଥିବା ବେଳେ  ନିର୍ବାଚନ କମିଶନ କଣ କରୁଛନ୍ତି ? ଏହି ଭିଡିଓରେ ସରକାରୀ କର୍ମଚାରୀଙ୍କ ବ୍ୟତିତ ଡେପୁଟି କମିଶନର ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନଜର ଆସିଛନ୍ତି ବୋଲି ସୁର୍ଜଓ୍ବାଲା ଅଭିଯୋଗ ଆଣିଛନ୍ତି ।

Related posts