ପ୍ରଚାର ମୈଦାନରେ ନବୀନ : କେନ୍ଦ୍ର ଉପରେ ବର୍ଷିଲେ

Published: Apr 3, 2019, 6:37 pm IST
naveen on road show

ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବୁଧବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି । ପ୍ରଚାରର ପ୍ରଥମ ଦିନରେ ହିଁ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଂଜାମରେ ୬୦ କିଲୋମିଟର ରୋଡ ସୋ’ ଅବସରରେ ନିର୍ବାଚନୀ ସଭାରେ ସେ କହିଛନ୍ତି, ଅତୀତରେ ଓଡ଼ିଶାରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ସେହି ସମୟରେ କେନ୍ଦ୍ର ସହଯୋଗର ହାତ ବଢ଼ାଇ ନାହିଁ କିନ୍ତୁ ଏବେ ଯେତେବେଳେ ନିର୍ବାଚନ ଆସିଛି କେନ୍ଦ୍ରୀୟ ନେତାମାନେ ରାଜ୍ୟକୁ ଆସୁଛନ୍ତି।  ବ୍ରହ୍ମପୁର ନିକଟ କନିଷି ଠାରେ ଆୟୋଜିତ ସଭାନେ ନବୀନ କହିଛନ୍ତି, କେନ୍ଦ୍ର ସରକାର ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲେ, କ୍ଷମତାକୁ ଆସିଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବେ, ମାତ୍ର ୫ ବର୍ଷ ପରେ ବି ଏହା ହୋଇ ପାରିଲା ନାହିଁ। ସେହିପରି କେନ୍ଦ୍ର ସରକାର ୧୦ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଏହା ମିଥ୍ୟା ପ୍ରମାଣିତ ହୋଇଛି ବୋଲି ନବୀନ କହିଛନ୍ତି । ଏହି ଅବସରରେ ନବୀନ ବିଜେଡ଼ି ସରକାର ଦ୍ବାରା କରାଯାଇଥିବା କାଳିଆ ଯୋଜନା ତଥା ଅନ୍ୟାନ୍ୟ ଜନହିତକାରୀ ଯୋଜନା ସମ୍ବନ୍ଧରେ କହିଥିଲେ ।

Related posts