ବିଜେପିରେ ସାମିଲ୍‌ ହେଲେ ପ୍ରବୀଣ ନିଷାଦ, ବିଜେପି ତରଫରୁ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ

Published: Apr 4, 2019, 2:22 pm IST
prabin nishad join in bjp

ନିକଟରେ ସମାଜବାଦୀ ପାର୍ଟିଠାରୁ ସମ୍ପର୍କ ଛିନ୍ନ କରିଥିବା ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛି। ପୂର୍ବରୁ ବିଜେପି ସହ ବିଲୟ ହେବ ବୋଲି ଖବର ଥିଲା, କିନ୍ତୁ ବିଜେପି ନେତା ଜେପି ନଡ୍ଡା କହିଛନ୍ତି ଯେ, ରାଷ୍ଟ୍ରୀୟ ନିଷାଦ ପାର୍ଟି ଏନ୍‌ଡିଏର ସହଯୋଗୀ ଦଳ ଭାବେ ରହିବେ ବୋଲି ଘୋଷଣା କରିଛନ୍ତି। ନିଷାଦ ପାର୍ଟିର ସଂସ୍ଥାପକ ସଞ୍ଜୟ ନିଷାଦଙ୍କ ପୁତ୍ର ପ୍ରବୀଣ ନିଷାଦ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ହାସଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରବୀଣ ନିଷାଦ ଭାରତୀୟ ଜନତା ପାର୍ଟି ତରଫରୁ ଗୋରଖପୁରର ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ଏହି ଅବସରରେ ଜେପ୍ପି ନଡ୍ଡା କହିଛନ୍ତି ଯେ, ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ପରେ ପୂର୍ବାଞ୍ଚଳରେ ବିଜେପିର ସ୍ଥିତି ଆହୁରି ସୁଦୃଢ ହେବ। ସେହିପରି ନିଷାଦ ପାର୍ଟିର ଅଧ୍ୟକ୍ଷ ସଂଜୟ ନିଷାଦ କହିଛନ୍ତି ଯେ, ଏବେ ୟୁପିରେ ରାମ ରାଜ୍ୟ ସହ ନିଷାଦରାଜ୍ୟ ମଧ୍ୟ ଚାଲିବ। ଏହି ମେଣ୍ଟ ମୋଦିଙ୍କୁ ଦ୍ବିତୀୟଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଜୋରସୋର୍‌ରେ ପ୍ରୟାସ କରିବ। ପ୍ରବୀଣ ନିଷାଦ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁର ଆସନରେ ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ଲଢି ଜିଣିଥିଲେ।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts