Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୁଣି ଫେରିଲା ମିତ୍ତଲ କଂପାନୀ, କେନ୍ଦ୍ରାପଡାରେ 50 ହଜାର କୋଟି ଟଙ୍କାରେ ପ୍ରତିଷ୍ଠା କରିବା ଇସ୍ପାତ ପ୍ରକଳ୍ପ
ଅନ୍ତରାଷ୍ଟ୍ରୀୟ

ପୁଣି ଫେରିଲା ମିତ୍ତଲ କଂପାନୀ, କେନ୍ଦ୍ରାପଡାରେ 50 ହଜାର କୋଟି ଟଙ୍କାରେ ପ୍ରତିଷ୍ଠା କରିବା ଇସ୍ପାତ ପ୍ରକଳ୍ପ

March 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଫେରିଲା ମିତ୍ତଲ କଂପାନୀ, କେନ୍ଦ୍ରାପଡାରେ 50 ହଜାର କୋଟି ଟଙ୍କାରେ ପ୍ରତିଷ୍ଠା କରିବା ଇସ୍ପାତ ପ୍ରକଳ୍ପ

ଭୁବନେଶ୍ବର, ଏକ ଐତିହାସିକ ଘଟଣା କ୍ରମରେ ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ୍‌ କଂପାନୀ କେନ୍ଦ୍ରାପଡ଼ାରେ ଏକ ସମନ୍ୱିତ ଇସ୍ପାତ୍‌ କାରଖାନା ନିର୍ମାଣ କରିବ। ଏନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଏଲ୍‌.ଏନ୍‌.ମିତ୍ତଲ,ଇସ୍ପାତ ଓ ଖଣିଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ ।

ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍‌ କପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍‌ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇ ଦେବେ । ସେ ମଧ୍ୟ କହିଛନ୍ତି ଯେ ଦୂରଦୃଷ୍ଟି ସଂପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତ୍ତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି ।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କଂପ୍ଲେକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ମିତ୍ତଲ କହିଛନ୍ତି ଯେ ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ପାରାଦୀପଠାରେ ଥିବା ୬ ଏମ୍‌ଟି ପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍‌ ପ୍ଲାଣ୍ଟ ସହିତ ଏହାର କ୍ଷମତା ୧୨ ଏମ୍‌ଟି ପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କଂପ୍ଲେକ୍ସ ଏବଂ ସ୍ଲରି ପାଇପ ଲାଇନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଅଛି ।

ସେ ପୁଣି କହିଛନ୍ତି ଯେ ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟ ପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍‌ଙ୍କ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ବର୍ତ୍ତମାନ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଏବଂ ଏଲ୍‌ ଏନ୍‌ ମିତ୍ତଲ ଗ୍ରୁପ୍‌ର ଆର୍ଥିକ ଦୃଢ଼ତା ଓ ଜାପାନ କମ୍ପାନୀ ନିପ୍ପନ ଷ୍ଟିଲର ଉଚ୍ଚ ବୈଷୟିକ ଶକ୍ତି ଦ୍ୱାରା ଇସ୍ପାତ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ପାରିଛି ।

ପୂର୍ବର ମିତ୍ତଲ କଂପାନୀ ଓଡିଶାରେ ଇସ୍ସାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତି କରି କାମ ଆରମ୍ଭ କରିଥିଲା। ହେଲେ କୌଣସି କାରଣବସତଃ ସେ ଓଡିଶାରୁ ମୁହଁ ଫେରାଇ ନେଇଥିଲା। ବର୍ତ୍ତମାନ ଏହି କଂପାନୀ ଓଡିଶାରେ ପୁଂଜିବିନଯୋଗ କରିବା ନିଶ୍ଚିତ ଭାବେ ଓଡିଶା ପାଇଁ ଖୁସିର କଥା।

Arcelor mittal Nippon steel
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.