ୱାୟନାଡ଼ରେ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି

Published: Apr 4, 2019, 4:06 pm IST
rahul gandhi nomination in waynad

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ଆଜି ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି। ନାମାଙ୍କନ ଭରିବା ପରେ ରାହୁଲ ରୋଡ଼ ଶୋ କରିଛନ୍ତି। ରାହୁଲଙ୍କ ବିରୋଧରେ ବେଲ୍ଲାପଲ୍ଲି ଏନଡିଏ ପ୍ରାର୍ଥୀ ହୋଇଥିବାବେଳେ ସିପିଆଇର ପିପି ସୁନିର ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨୩ରେ ୱାୟନାଡ଼ ଆସନ ପାଇଁ ମତଦାନ ହେବ। ତେବେ ରାହୁଲ୍‌ ଓ୍ବାୟନାଡରୁ ପ୍ରାର୍ଥୀ ହେବା ନେଇ ସିପିଆଇ(ଏମ୍‌) ଅସନ୍ତୁଷ୍ଟ ରହିଥିଲା। ଏହି ଅବସରରେ ରାହୁଲ୍‌ କହିଛନ୍ତି ଯେ, ସେ ଦୁଇଟି ସ୍ଥାନରୁ ପ୍ରାର୍ଥୀ ହୋଇ ଭାରତ ଗୋଟିଏ ବୋଲି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଉଭୟ ଦକ୍ଷିଣ ଭାରତ ଓ ଉତ୍ତର ଭାରତରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି ସ୍ମୃତି ଇରାନୀ। ସେ ଆମେଥିକୁ ଧୋକା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ସାଂସଦ ରହିବା ପରେ ଏବେ ରାହୁଲ ଗାନ୍ଧି ପଳାୟନପନ୍ଥୀ ସାଜିଛନ୍ତି ବୋଲି  ସ୍ମୃତି କହିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts