କଂଗ୍ରେସର ଟିକେଟ ଅଡୁଆ : ବଦଳିଲେ ପୁଣି ତିନି ପ୍ରାର୍ଥୀ

Published: Apr 4, 2019, 4:19 pm IST
congress ticket conflict

କଂଗ୍ରେସର ଟିକେଟ ଅଡୁଆ ତୁଟିବାର ନା ନେଉ ନାହିଁ। ଗତକାଲି ପିପିଲି ଆସନରୁ ଟିକେଟ ପାଇଥିବା ବିଧାୟକ ଆଶାୟୀ ଯୁଧିଷ୍ଟିର ସାମାନ୍ତରାୟ ଟିକେଟ ଫେରାଇ ଥିବା ବେଳେ ତିର୍ତୋଲରୁ ପ୍ରାର୍ଥୀ ହୋଇଥିବା ବିଭୁ ତରାଇ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ। ତେବେ ଆଜି ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ମନେନାତୀ କରିଥିବା ତିନିଜଣ ପ୍ରାର୍ଥୀଙ୍କ ଟିକେଟ୍ କାଟିଛନ୍ତି। ତାହା ସ୍ଥାନରେ ଅନ୍ୟ ପ୍ରାର୍ଥୀଙ୍କୁ ନିଆଯାଇଛି। ଦଳ କେନ୍ଦୁଝର ଲୋକସଭା ସମେତ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲେକାସଭା ପାଇଁ ଫକୀର ନାୟକଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ପୂର୍ବରୁ ତେଲକୋଇ ବିଧାନସଭା ପାଇଁ ମୋହନଙ୍କୁ ଟିକେଟ ମିଳିଥିଲା। ସେହିପରି ମୋହନଙ୍କ ସ୍ଥାନରେ ଦଳ ପ୍ରଶାନ୍ତ ଦଳେଇଙ୍କୁ ତେଲକୋଇରେ ପ୍ରାର୍ଥୀ କରିଛି। ଆହୁରି ମଧ୍ୟ ପାଟଣା ବିଧାନସଭା ପାଇଁ ଦଳ ଗୋପେଶ୍ୱର ନାୟକଙ୍କ ବଦଳରେ ବିନୋଦ ନାୟକଙ୍କୁ ପ୍ରାର୍ଥୀ କରିଛି। ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀ ବଦଳାଇବା ପରେ ତରବରିଆ ଭାବେ ନାମାଙ୍କନ ପତ୍ର ଦାଖଲ କରାଯାଇଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts