ଲକ୍ଷ୍ନୌରୁ ରାଜନାଥଙ୍କ ବିରୋଧରେ ନିର୍ବାଚନ ଲଢିବେ ପୁନମ୍‌ !

Published: Apr 4, 2019, 6:26 pm IST
Punama sinha against in Rajanath singh

ଲକ୍ଷ୍ନୌ ଆସନରୁ ନିର୍ବାଚନ ଲଢିବେ ପୁନମ ସିହ୍ନା। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବିରୁଦ୍ଧରେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ନିର୍ବାଚନ ଲଢିବେ। ପୁନମ୍‌ ସମାଜବାଦୀ ପାର୍ଟି  ପକ୍ଷରୁ ପ୍ରାର୍ଥୀ ହେବା ନେଇ ସୂଚନା ରହିଛି। ତେବେ ଏହି ଆସନରେ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ। ବିଜେପିରୁ ଇସ୍ତଫା ଦେଇ ଶତ୍ରୁଘ୍ନ ସିହ୍ନା ଆସନ୍ତା ୬ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି ଖବର ରହିଛି। ତେବେ ବିଜେପିରୁ ବାହାରିବା ପରେ ବେଶ୍‌ କିଛି ବିଷ ଉଗାଳୁଛନ୍ତି ଶତ୍ରୁଘ୍ନ। ତେବେ କଂଗ୍ରେସ ମିଶିବା ପରେ ତାଙ୍କର ରଣନୀତି କ’ଣ ହେବ, ତାହା ଆଗାମୀ ସମୟ କହିବ।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts