ବିଜେପିରେ ଯୋଗ ଦେଲେ ବିଭୁ ତରାଇ

Published: Apr 4, 2019, 6:49 pm IST
bibhu tari join in bjp

ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ ବାକି ଥିବାବେଳେ ପ୍ରଥମ ଦ୍ବିତୀୟ ନାମାଙ୍କନ ପତ୍ର ଦାଖଲ ସରିଲାଣି। ନିର୍ବାଚନୀ ପ୍ରଚାରର ମଧ୍ୟ ଜୋର୍‌ ଆସିଲାଣି। ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିଡ଼ିଲେଣି। ଏହି ସମୟରେ ମଧ୍ୟ ପ୍ରାର୍ଥୀ ଅଦଳବଦଳ ପ୍ରକ୍ରିୟା ଚାଲୁ ରହିଛି। ଓଡ଼ିଶା ରାଜନୀତିରେ ପ୍ରାୟ ସବୁଦିନ ଏହିପ୍ରକାର ସ୍ଥିତି ଦେଖିବାକୁ ମିଳିଛି। ଟିକେଟ ନ ପାଇବା ନେଇ ପ୍ରାର୍ଥୀ ଅଦଳବଦଳ ହେଉଥିବାବେଳେ ଟିକେଟ ପାଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ଏହି କ୍ରମରେ ଯୋଗ ଦେଇଛନ୍ତି କଂଗ୍ରେସର ପ୍ରାର୍ଥୀ ବିଭୁ ତରାଇ। ଆଜି ବିଜେପିରେ ଯୋଗଦେଇଛନ୍ତି ବିଭୁ ପ୍ରସାଦ ତରାଇ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଭୁ। ଆଜି ବିଜେପି କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ମିଶିଛନ୍ତି। ବୈଜୟନ୍ତ ପଣ୍ଡା ଓ ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ତେବେ କଂଗ୍ରେସ ବିଭୁଙ୍କୁ ତିର୍ତ୍ତୋଲ ତରଫରୁ ପ୍ରାର୍ଥୀ କରିଥିଲା। ତେବେ ଟିକେଟ ପାଇବା ପରେ ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଛନ୍ତି।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts