ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଲେ ରାଷ୍ଟ୍ରପତି

Published: Apr 4, 2019, 6:54 pm IST
action against kalyan singh said president

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଲ୍ୟାଣ ସିଂହ ଦେଇଥିବା ଟିପ୍ପଣୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ରାଜ୍ୟପାଳ କଲ୍ୟାଣ ସିଂହ ଏକ ରାଲିରେ କହିଥିଲେ ଯେ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନେଇ ନିର୍ବାଚନ ଆୟେଗା (ଇସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ଇସି ପକ୍ଷରୁ କୁହାଯାଇଥିଲା ଯେ କଲ୍ୟାଣ ସିଂହ ନିଜ ସାମ୍ବିଧାନିକ ପଦ ଓ ନିୟମର ଉଲ୍ଳଙ୍ଘନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମାମଲାର ଫାଇଲ ଗୃହ ମନ୍ତ୍ରାଳୟକୁ ପଠାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛନ୍ତି। ଦେଶରେ ପ୍ରଥମ ଥର କୌଣସି ରାଜ୍ୟପାଳ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ରାଜ୍ୟପାଳ ଭଳି ପଦରେ ଥିବା ଲୋକେ ଏଭଳି ମାମଲାରୁ ଦୂରରେ ରହିବା ଉଚିତ୍‍ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts