ଅଫ୍‌ପ୍ସା ଲାଗୁ ନହେବା ପରି ପରସ୍ଥିତି ଆବଶ୍ୟକ : ମୋଦି

Published: Apr 5, 2019, 11:21 am IST
to remove afpsa we need a situation

ଅଫପ୍ସା ଲାଗୁ ନେଇ ସମଗ୍ର ଦେଶରେ ତର୍କ ବିତର୍କ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତ ରଖିଛନ୍ତି। ମୋଦି କହିଛନ୍ତି, ଦେଶରେ ଏପରି ଅବସ୍ଥା ଆବଶ୍ୟକ ଯଦ୍ବାରା ଅଫ୍‌ପ୍ସା ଲାଗୁ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ। ଅଫପ୍ସାର କୌଣସି ଆବଶ୍ୟକତା ନାହିଁ ମାତ୍ର ପ୍ରଥମେ ଦେଶରେ ସେହି ପରି ଏକ ଉପଯୁକ୍ତ ଅବସ୍ଥା ସୃଷ୍ଟି ହେବା ଦରକାର ବୋଲି କହିଛନ୍ତି ମୋଦି। ଏହା ସହିତ ଏହି ଆଇନ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି। ସେ କହିଛନ୍ତି, ଏହି ଆଇନକୁ ବଦଳାଇବା ତଥା ଆଇନ୍‌ ଉଚ୍ଛେଦ ନେଇ କଂଗ୍ରେସର ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୋଦି। ଏହା ସହିତ ମୋଦି କହିଛନ୍ତି, କଂଗ୍ରେସର ନିର୍ବାଚନୀ ଇସ୍ତାାହାର ପାକିସ୍ତାନ ଦ୍ବାରା ପ୍ରରୋଚିତ ଶକ୍ତିଙ୍କ ଦ୍ବାରା ପ୍ରଭାବିତ ବୋଲି ଅଭିଯୋଗ ଆଣିଛନ୍ତି। ସେହିପରି ଜମ୍ମୁ ଏବଂ କାଶ୍ମୀରରେ ପିଡିପି ସହିତ ମେଣ୍ଟ ଉପରେ ନିଜର ମତାମତ ଉପରେ ମୋଦି କହିଥିଲେ ଯେ, ଦୁଇଟି ଭିନ୍ନ ଆଦର୍ଶବୋଧକୁ ସମ୍ମାନ କରୁଥିବା ଦୁଇ ରାଜନୈତିକ ଦଳ ଏକତ୍ର ସରକାର ଗଠନ କରିବା ଆଶ୍ଚର୍ଯ୍ୟଜନକ।  ମାତ୍ର ପିଡିପି ସହିତ ମେଣ୍ଟ ନହେଲେ ଜମ୍ମୁ ଏବଂ କାଶ୍ମୀରରେ ସରକାର ଗଠନ  ଅସମ୍ଭବ ତେଣୁ ଦଳ ପିଡିପି ସହିତ ମେଣ୍ଟ କରିବା ପାଇଁ ବାଧ୍ୟ ହେଉଛି ।

Related posts